Author: Purva Paksha

ପହଲଗାମ୍‍ ଗଣହତ୍ୟାକୁ ନେଇ ସାରାଦେଶ ଏକ ହୋଇଛି। କଟ୍ଟର ମୁସଲିମ ନେତା ବୋଲି ପରିଚୟ ରକ୍ଷା କରୁଥିବା ଅସାଦୁଦ୍ଦିନ ଓୱେସୀ ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଦେଶକୁ ସମର୍ଥନ କରିଛନ୍ତି। ଏ ଦେଶ କୌଣସି ଧର୍ମ ବା ବ୍ୟକ୍ତିର ନୁହେଁ ଏ ଦେଶ ୧୪୦ କୋଟି ଭାରତୀୟଙ୍କର। ଏ ଭାବନାରେ ସାରାଦେଶ ଆଜି ସରକାରଙ୍କ ପ୍ରତିଟି କାର୍ଯ୍ୟାନୁଷ୍ଠାନ ପଛରେ ଠିଆ ହୋଇଥିବା ଘୋଷଣା କରିଛନ୍ତି। ଠିକ୍‍ ଏତିକିବେଳେ କିଛି ରାଜନେତା ନିଜର ରାଜନୀତିକ ଫାଇଦା ଲାଗି ସଜ ମାଛରେ ପୋକ ପକାଇବାରେ ଲାଗିଛନ୍ତି। ଗର୍କ ସର୍ଚ୍ଚ ଅନୁସାରେ ଏମିତି ତାଲିକାର ଆଗରେ ରହିଛନ୍ତି ଓଡ଼ିଶାରୁ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ। ତାଙ୍କ ପଛକୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା, ତାଙ୍କ ମନ୍ତ୍ରୀ ଆର୍‍ ବି ଟିମ୍ମାପୁର। ଏହା ସାଂଘାତିକଭାବେ ଦେଶରେ ଆଭ୍ୟନ୍ତରୀଣ ଅଶାନ୍ତି ସୃଷ୍ଟି ଲାଗି ଉଦ୍ଦିଷ୍ଟ ହୋଇପାରେ ବୋଲି ଆଶଙ୍କା କରି କଂଗ୍ରେସ ପକ୍ଷରୁ ନେତାଙ୍କ ଏହି ବ୍ୟକ୍ତିଗତ…

Read More