Author: Purva Paksha

ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ହତ୍ୟାପରେ ପାକିସ୍ତାନ ପୁଣିଥରେ ସମଗ୍ର ବିଶ୍ୱର ନଜରରେ ରହିଛି। ଭାରତ ସହିତ ତା’ର ବିବାଦ ସାଧାରଣ କଥା, ଯାହା ବିଭାଜନ ପରଠାରୁ ଲାଗି ରହିଛି। ବିଶ୍ୱର ଅନେକ ଦେଶ ତାକୁ ଆତଙ୍କବାଦର ପୃଷ୍ଠପୋଷକ ଦେଶଭାବେ ଦେଖୁଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ବୋଲି ଅନେକ ଥର ପ୍ରମାଣିତ ହୋଇଛି। ୯/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓସାମା ବିନ ଲାଦେନକୁ ଏକ ବିଶେଷ ଅପରେସନ ଚଳାଇ ଆମେରିକା ପାକିସ୍ତାନ ଭିତରେ ହିଁ ହତ୍ୟା କରିଥିଲା। ତଥାପି, ପାକିସ୍ତାନ ନିଜକୁ ଆତଙ୍କବାଦର ପୋଷକଭାବେ କେବେ ସ୍ୱୀକାର କରେ ନାହିଁ। ଏହି କାରଣରୁ ବିଶ୍ୱର ଅନେକ ଦେଶ ତାକୁ ସନ୍ଦେହର ଦୃଷ୍ଟିରେ ଦେଖନ୍ତି। ଭାରତ ସହିତ ପାକିସ୍ତାନର ଶତ୍ରୁତା ସାଧାରଣ ପାକିସ୍ତାନ ଏପରି ଏକ ଦେଶ ଯେ ବିଭାଜନ ପରଠାରୁ ଅଧିକ ପାଇବାର ଲୋଭରେ ଭାରତ ସହିତ ଲଢ଼ୁଛି ଏବଂ ଏହି କାର୍ଯ୍ୟ ହେତୁ ବାରମ୍ବାର…

Read More