What's Hot
Author: Purva Paksha
ଲସ୍କର-ଇ-ପାକିସ୍ତାନ କଂଗ୍ରେସ: ମୁଣ୍ଡ ବିହୀନ ପୋଷ୍ଟରକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେପି
ପହଲଗାମ୍ ଆକ୍ରମଣ ପ୍ରସଙ୍ଗରେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁପସ୍ଥିତ ଥିବାରୁ କଂଗ୍ରେସ ମୋଦୀଙ୍କର ମୁଣ୍ଡବିହୀନ ପୋଷ୍ଟର ଦେଇ କଡ଼ା ସମାଲୋଚନା କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବା ପାଇଁ ଦଳ ‘ଗାଏବ’ ଲେଖାଥିବା ଏକ ପୋଷ୍ଟର ସେୟାର କରିଛି। ଯଦିଓ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିନାହିଁ, କିନ୍ତୁ କ୍ୟାପସନରେ ଲେଖିଛି; ‘ଦାୟିତ୍ୱ ସମୟରେ ନିଖୋଜ ହୋଇଯାଏ।’ ପହଲଗାମ ଆକ୍ରମଣ ସମ୍ପର୍କରେ ସୂଚନା ଦେବା ପାଇଁ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁପସ୍ଥିତିକୁ ନେଇ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇବା ପରେ ଏଭଳି ପୋଷ୍ଟର ସାମ୍ନାକୁ ଆସିଛି। ଏହି ପୋଷ୍ଟରକୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଅହମ୍ମଦ ହୁସେନ ଚୌଧୁରୀ ମଧ୍ୟ ସେୟାର କରି ଲେଖିଛନ୍ତି, ‘ଗଧର ମୁଣ୍ଡରୁ ଶିଙ୍ଗ ହଜିବା ବିଷୟରେ ଶୁଣିଥିଲି, କିନ୍ତୁ ଏଠାରେ…
