Author: Purva Paksha

ପରିବାରରେ କୌଣସି ସଙ୍କଟ ଆସିଲେ ସାଧାରଣତଃ ସବୁ ସଦସ୍ୟ ସମସ୍ତ ପୁରୁଣା ମତପାର୍ଥକ୍ୟକୁ ଭୁଲି ଏକାଠି ହୋଇଥାଆନ୍ତି। ଭାରତ ଏକ ପରିବାରଭାବେ ପ୍ରତିଟି ବୈଦେଶିକ ପ୍ରସଙ୍ଗ ବିଶେଷକରି ଯୁଦ୍ଧ ସମୟରେ ଏହାକୁ ପ୍ରଦର୍ଶିତ କରିଆସିଛି। ସେଥିଲାଗି ଭାରତକୁ ବିଶ୍ୱରେ ଗଣତନ୍ତ୍ରର ଜନନୀ କୁହାଯାଏ। ଆଉ ଏଭଳି ପରମ୍ପରାକୁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟଭାବେ ଗ୍ରହଣ କରାଯାଏ। ଆଜି ବି ସେମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ପରମ୍ପରାକୁ ସମ୍ମାନ ଦେଇ କଂଗ୍ରେସ ନିଜ ଆଦର୍ଶର ବିରୋଧୀ ବିଜେପି ସରକାରଙ୍କୁ ସମର୍ଥନ କରୁଥିଲେ ବି ଦେଶର ବିଭିନ୍ନ ଅଞ୍ଚଳରେ ବିଭ୍ରାନ୍ତ ପ୍ରସାର କରିବାକୁ ଭୁଲୁ ନାହିଁ। ଲୋକେ ପ୍ରଶ୍ନ କରୁଛନ୍ତି ‘କଂଗ୍ରେସ ଏମିତି ହାଇପାଇଁ କାହିଁକି’? ୨୨ ଏପ୍ରିଲ ୨୦୨୫; ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସ ନେତାମାନଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ କରି ଆସୁଛନ୍ତି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସରକାର ଯାହା ପଦକ୍ଷେପ ନେବେ ତାହାକୁ ଦଳ ପୂର୍ଣ୍ଣ ସମର୍ଥନ…

Read More