Author: Purva Paksha

ଆଗାମୀ ୧୧ବର୍ଷ ପରେ ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ସେ ଉପଲକ୍ଷେ କାର୍ଯ୍ୟକ୍ରମ ଓ ଲକ୍ଷ୍ୟ ସ୍ଥିର କରାଯାଇ ସାରିଛି। ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିଲାବେଳେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇଥିବ। ଆଉ ସେହି ବିକଶିତ ଭାରତର ଦାୟିତ୍ୱ ନିର୍ଭୟ ଯୁବ ପୁରସ୍କାର ବିଜେତାମାନେ ନେବେ ବୋଲି ବୁଧବାର ପ୍ରଥମ ମନୀଷ ସ୍ମାରକୀ ନିର୍ଭୟ ଯୁବ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମତ ଦେଇଥିଲେ ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ନିର୍ଭୟର ଏହି ଉଦ୍ୟମକୁ ସେ ପ୍ରଶଂସା କରିବା ସହ ଦୈନିକ ନିର୍ଭୟର ନିର୍ଭୀକ ସ୍ୱରକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଶାସନତନ୍ତ୍ର ଚାଲିବାକୁ ହେଲେ ସମାଲୋଚନାର ମଧ୍ୟ ଆବଶ୍ୟକତା ରହିଛି। ନିଜର ପାଖ ଲୋକମାନେ ହିଁ ଭୁଲ୍‌ଟିକୁ ବତାଇ ଦିଅନ୍ତି ଯେପରି ନିଜ…

Read More