Author: Purva Paksha

ଜାତିଭିତ୍ତିକ ରାଜନୀତିର କ୍ଷମତାକୁ ଆକଳନ କରିବାରେ ଅସମର୍ଥ ହୋଇଥିବା କଂଗ୍ରେସ ୯୦ ଦଶକରୁ ପତନାଭିମୁଖୀ ହୋଇଥିଲା। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧିଙ୍କ ଦକ୍ଷ ନେତୃତ୍ୱ, କଂଗ୍ରେସ ପାର୍ଟିର ଦୀର୍ଘ ରାଜନୀତିକ ଅଭିଜ୍ଞତା ବି ସେତେବେଳେ ପାର୍ଟିକୁ ରକ୍ଷା କରିପାରିନଥିଲା। ଫଳରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଭାରତୀୟ ରାଜନୀତିରେ ଅନିଶ୍ଚିତତା ଲାଗି ରହିବା ପରେ କଂଗ୍ରେସ ପହଞ୍ଚିଛି ବିରୋଧୀ ଦଳରେ। ଆଜି ପୁଣିଥରେ ସେହିପରି ଏକ ପରିବେଶ ଭାରତୀୟ ରାଜନୀତିରେ ଉଭା ହୋଇଛି। ତାହା ହେଉଛି ସଂଗଠିତ ଓବିସି ରାଜନୀତି। ଇଂରେଜଙ୍କ ସମୟରେ ଯେଉଁ ସାମାଜିକ ବିଭାଜନର ମଞ୍ଜି ବୁଣାଯାଇଥିଲା ତାହାକୁ ଆୟୁଧ କରି ପୁଣି କଂଗ୍ରେସ ଭାରତୀୟ ରାଜନୀତିରେ ପଲ୍‍ଟି ମାରିବାକୁ ଚେଷ୍ଟା କରିଛି। ଏହା କ’ଣ ନରେନ୍ଦ୍ର ମୋଦୀଙ୍କ ଅଭିଜ୍ଞ ଓ ପରିପକ୍ୱ ଶାସନକୁ ରଦ୍ଦ କରିବାରେ ସମର୍ଥ ହୋଇପାରିବ? ଏବେ ପ୍ରସଙ୍ଗକୁ ଆସିବା। ଭାରତୀୟ ରାଜନୀତିରେ ୧୯୭୫ର ଜରୁରୀକାଳୀନ ପରିସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ପରିବର୍ତ୍ତନକାରୀ…

Read More