Author: Purva Paksha

ରାଜ୍ୟର ଚାରିଟି ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ପୁନଃନିର୍ମାଣ ପାଇଁ ଓଡ଼ିଶା ସରକାର ବିପୁଳ ଅର୍ଥ ବିନିଯୋଗ କରିବେ। ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନର ରୂପାନ୍ତର ପାଇଁ ପାଖାପାଖି ୯୨୦୦ କୋଟି ଟଙ୍କା ବିନିଯୋଗ ଘୋଷଣା କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଭିତିତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପୁଞ୍ଜିନିବେଶ କରୁଛନ୍ତି। କିନ୍ତୁ ଏହା କାମରେ ଆସିବ ନା ଡାକ୍ତର ଓ ଚାଳକ ଅଭାବରୁ ତାହା ପଡ଼ି ପଡ଼ି ନଷ୍ଟ ହେବ। କାରଣ ରାଜ୍ୟର ସରକାରୀ ଡାକ୍ତରାଖାନା ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଡାକ୍ତର ଓ ଟେକ୍ନିସିଆନ ପଦବୀ ଖାଲି ପଡ଼ିଛି। ବିନା ଡାକ୍ତରରେ ଏସବୁ ଭିତ୍ତିଭୂମିର ବିକାଶ କାମର କିଛି ମୂଲ୍ୟ ନାହିଁ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ…

Read More