Author: Purva Paksha

ସାହିତ୍ୟ ସବୁବେଳେ ସମାଜରେ ପରିବର୍ତ୍ତନ ଆଣିଥାଏ। ସାହିତ୍ୟ ସମାଜକୁ ବାଟ ଦେଖାଏ। ପ୍ରତ୍ୟେକ ଲେଖକ ଓ କବିଙ୍କର ସାରସ୍ୱତ ସୃଷ୍ଟି ସମାଜ ପାଇଁ ଦିଗବାରେଣୀ ଭଳି ମାର୍ଗ ଦର୍ଶକ ହୋଇଥାଏ। ଯେତେବେଳେ ସମାଜ କୌଣସି ଲେଖାରେ ପ୍ରଭାବିତ ହୁଏ ସତେବେଳେ ତାହାକୁ ହିଁ ଲେଖକୀୟ ସଫଳତା ବାଲି କୁହାଯାଏ। ମଇ ପହିଲାରେ ‘ପ୍ରଗତିବାଦୀ’ର ଜନ୍ମଦିନରେ ଆୟୋଜିତ ସାରସ୍ଵତ ସମାରୋହରେ ବହୁ ବିଶିଷ୍ଟ ଅତିଥି ଉପରୋକ୍ତ ମତ ପ୍ରକାଶ କରିଛନ୍ତି। ପ୍ରଗତିବାଦୀର ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ସମାରୋହ ଆୟୋଜିତ ହୋଇଥିଲା। ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ପୂର୍ବାହ୍ନରେ ସାରାଓଡ଼ିଶାରୁ ଆସିଥ‌ିବା ପ୍ରଗତିବାଦୀ ପ୍ରତିନିଧିମାନଙ୍କର ଏକ ଭେଟଭାଟ ହୋଇଥିବାବେଳେ ଅପରାହ୍ନରେ କବିତା ପାଠୋତ୍ସବ, ସାହିତ୍ୟ ଚର୍ଚ୍ଚା, ପୁସ୍ତକ ଉନ୍ମୋଚନ ଓ ସାରସ୍ୱତ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା। ରାଜ୍ୟର ସବୁ ଅଞ୍ଚଳରୁ ସାହିତ୍ୟିକ, ସାମ୍ବାଦିକ, କବି, ଲଖକ, ବିତରକ ଓ ପାଠକ ଯୋଗଦେଇଥିଲେ। ପ୍ରତ୍ୟେକ ବର୍ଷ ମଇ ପହିଲାରେ ପ୍ରଗତିବାଦୀ ତା’ର…

Read More