Author: Purva Paksha

ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୪ ନିର୍ବାଚନ ଯେମିତି ହୋଇଥିଲା ତାହାର କେତେଗୁଣା ବଡ଼ ନିର୍ବାଚନ ଭାରତ ଆସନ୍ତା ୨୦୨୯ରେ ଦେଖିବାକୁ ଯାଉଛି। ଏ ପରିବର୍ତ୍ତନ ଭାରତର ଇତିହାସକୁ ବଦଳାଇବ। ରାଜନୀତି ଭୂଗୋଳକୁ ବଦଳାଇବ ଆଉ ଲୋକପ୍ରତିନିଧିଙ୍କ ପରିଚୟ ବି। ଆସନ୍ତା ବର୍ଷ ହେବାକୁ ଥିବା ଜନଗଣନା ଏସବୁର ମୂଳଆଧାର ପାଲଟିବ। କ’ଣ ହେବ ଏ ବଡ଼ ପରିବର୍ତ୍ତନ ଆଉ କାହିଁକି ଏଥିପ୍ରତି ଆଗ୍ରହୀ କେନ୍ଦ୍ର ସରକାର? ବ୍ରିଟିଶ୍‍ ଔପନିବେଶିକ ଚିନ୍ତାଧାରାରୁ ଭାରତକୁ ମୁକୁଳାଇବା ପାଇଁ ସବୁ ସମୟରେ ଭାରତ ସରକାର ଉଦ୍ୟମ କରି ଆସିଛନ୍ତି। ସେ କଂଗ୍ରେସ ହେଉ ବା ଜନତା ପାର୍ଟିର ସରକାର ଅଥବା ବିଜେପି; ଯେତେବେଳେ ବି ଶାସନକୁ ଆସିଛନ୍ତି ଏହିଭଳି ଅନେକ ଉଦ୍ୟମକୁ କାର୍ଯ୍ୟରେ ରୂପାୟନ କରିଛନ୍ତି। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରେ ବ୍ରିଟିଶ ଶାସନ ସମୟରୁ ଚାଲୁଥିବା ଅନେକ ଔପନିବେଶିକ ଆଇନ ପ୍ରତ୍ୟାହାର ବା ସଂଶୋଧନ…

Read More