Author: Purva Paksha

ସ୍ୱୟଂସିଦ୍ଧଙ୍କ ରିପୋର୍ଟ କେନ୍ଦୁଝର ଜିଲ୍ଳା ଘଷିପୁରା ଥାନା କୁମୁଡ଼ିଆ ଗାଁ’ର ମଧୁସୂଦନ ନାୟକ କାମ ଅନ୍ୱେଷଣରେ ଚେନ୍ନାଇ ଯାଇଥିଲେ। ପରିବାର ଲୋକେ କିଛିଦିନ ଧରି ତାଙ୍କର କୌଣସି ଖବର ନ ପାଇବାରୁ ଅଳ୍ପଦୂରରେ କାମ କରୁଥିବା ଜଣେ ସମ୍ପର୍କୀୟଙ୍କୁ ମଧୁଙ୍କ ବାବଦରେ ଖବର ଜଣାଇବାକୁ କହିଲେ। ସମ୍ପର୍କୀୟ ଜଣଙ୍କ ଯାଇ ଦେଖିଲେ ହାତ ଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ମଧୁ ମରି ଶୋଇଛନ୍ତି । ଦେହସାରା କ୍ଷତ ଓ ରକ୍ତ। ସେଠୁ ସେ ଗୋଟିଏ ଫଟୋ ମଧୁଙ୍କ ବାପାଙ୍କ ନିକଟକୁ ପଠାଇବା ପରେ ଗାଁ’ରେ ଅସମ୍ଭାଳ ପରିସ୍ଥିତି। ମଧୁଙ୍କ ପରିବାରରେ ଆରମ୍ଭ ହୋଇଯାଇଥିଲା କାନ୍ଦବୋବାଳି। ଛାତିକୁ ପିଟି ପିଟି ତାଙ୍କ ବାପା ପୁଅର ଶବକୁ ଟିକେ ଆଖିରେ ଦେଖିବାକୁ ନେହୁରା ହେଉଥିଲେ। କିନ୍ତୁ ଦୁର୍ଭାଗ୍ୟ ଗାଆଁକୁ ଫେରି ପାରିନଥିଲା ଦାନା ପାଇଁ ଦାଦନ ଯାଇଥିବା ଗାଁ’ର ପୁଅ ମଧୁ ନାୟକଙ୍କ ପାର୍ଥିବ ଶରୀର। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅଫିସରଙ୍କ ଶିଥିଳତା ରାଜ୍ୟ ସରକାର…

Read More