Author: Purva Paksha

ଏ ଭିତରେ ରାଜ୍ୟର ପ୍ରଥମ ବିଜେପି ସରକାରକୁ ଏକବର୍ଷ ପୂରିବାକୁ ଯାଉଛି। ରାଜ୍ୟ ସରକାର ଏହି ପ୍ରଥମ ବର୍ଷପୂର୍ତ୍ତିକୁ ଜୋରଦାର ଭାବରେ ପାଳନ କରିବାକୁ ଯୋଜନା ବି କରିସାରଲେଣି। ସରକାରଙ୍କ ପ୍ରସ୍ତୁତି ଅନୁସାରେ ରାଜ୍ୟର ପ୍ରତି ସହରାଞ୍ଚଳରେ ବିଶେଷ ପ୍ରଦର୍ଶନୀ ଓ ପ୍ରଚାର କରାଯିବ। ବିରୋଧୀ ଦଳ ଯେମିତି ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ତା’ର ଜବାବ ଏହି ପ୍ରଦର୍ଶନୀ ମାଧ୍ୟମରେ ଯେପରି ମିଳିପାରିବ ସେଥିଲାଗି ଏ ବ୍ୟବସ୍ଥା କରାଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି ସରକାର କେଉଁ ସଫଳତାକୁ ଏହି ବର୍ଷେ ଭିତରେ ହାସଲ କରିଛନ୍ତି ଯାହାର ପ୍ରଚାର ଆବଶ୍ୟକ? କିଛି ଆଖିଦୃଶିଆ ସଫଳତା ସରକାର ହାସଲ କରିଛନ୍ତି କି? ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଗତବର୍ଷ ଜୁନ୍‍ ୧୨ ତାରିଖରେ କେନ୍ଦୁଝରର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ। ଅକସ୍ମାତ୍‍ ବିଜୟ ହାସଲ କରିଥିବା ବିଜେପିର କେଉଁ ନେତା ମୁଖ୍ୟମନ୍ତ୍ରୀ ହେବେ ତାହା ଆଗରୁ ସ୍ଥିର କରାଯାଇନଥିଲା।…

Read More