Author: Purva Paksha

ପହଲଗାମ ଆତଙ୍କବାଦୀ ହମଲାକୁ ଦୃଷ୍ଟିରେ ରଖି ଭାରତ ଅଟାରୀରେ ଥିବା ଇଣ୍ଟିଗ୍ରେଟେଡ ଚେକ୍‍ ପୋଷ୍ଟ (ଆଇସିପି)କୁ ତୁରନ୍ତ ପ୍ରଭାବରୁ ବନ୍ଦ କରିଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଶତ୍ରୁତାର ଲହରୀ ଉଭୟ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ସୀମା ଅଟାରୀ-ୱାଘାରେ ସ୍ପଷ୍ଟ ଦେଖାଯାଉଛି। ଏହି କଠୋର ନିଷ୍ପତ୍ତି ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାପାର ବ୍ୟାପାର ବନ୍ଦ ହୋଇଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଭାରତ ଅଟାରୀରେ ଥିବା ଭୂମି ବନ୍ଦର ମାଧ୍ୟମରେ ପାକିସ୍ତାନକୁ ସୋୟାବିନ, ପୋଲଟ୍ରୀ ଫିଡ, ପନିପରିବା, ଲାଲମରିଚ ଏବଂ ପ୍ଲାଷ୍ଟିକ ସୂତା ଭଳି ଜିନିଷ ରପ୍ତାନୀ କରୁଥିଲା। ଅନ୍ୟପକ୍ଷରେ ଶୁଖିଲା ମେଓ୍ୱା, ଖଜୁରୀ, ଜିପ୍‍ସମ, ସିମେଣ୍ଟ, କାଚ, ସୈନ୍ଧବ ଲୁଣ ଏବଂ ଔଷଧୀୟ ଗୁଣବିଶିଷ୍ଟ ଜିନିଷ ଆମଦାନୀ କରୁଥିଲା। ଭାରତ ଓ ପାକିସ୍ତାନ ଏକାସାଙ୍ଗରେ ସ୍ୱାଧୀନ ଦେଶ ହୋଇଥିଲେ। ଭାରତରୁ ଅଲଗା ହୋଇ ପାକିସ୍ତାନର ନିର୍ମାଣ ହୋଇଥିଲା। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ କେବେ…

Read More