Author: Purva Paksha

ସ୍ୱୟଂସିଦ୍ଧଙ୍କ ରିପୋର୍ଟ ଏପ୍ରିଲ ୨୯ ତାରିଖରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନୀପୁରର ପ୍ରସିଦ୍ଧ ବେଳାଭୂମି ରିସର୍ଟ ଦିଘାରେ ନୂତନ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଏକ ମହାଯଜ୍ଞ ଆଗରେ ଉଭା ହୋଇ ଆହୁତି ପ୍ରଦାନ କରିଥିଲେ। ସେଦିନ ସେଠାରେ ସେ କେବଳ ଏକ ପର୍ଯ୍ୟବେକ୍ଷକ ନ ଥିଲେ, ବରଂ ମୁଖ୍ୟ ଯଜମାନଭାବେ କାର୍ଯ୍ୟ କରି ଦେବତାଙ୍କ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ସମସ୍ତ ଧାର୍ମିକ କାର୍ଯ୍ୟକୁ ତଦାରଖ କରିଥିଲେ। ଦିଘା ଜଗନ୍ନାଥ ମନ୍ଦିରର ବିଗ୍ରହ ପଥରରେ ନିର୍ମିତ ହେଇଥିବା ନେଇ ଅଭିଯୋଗ ଉଠିବା ପରେ ପ୍ରତିଷ୍ଠା ଯଜ୍ଞର ପୁରୋଧା ତଥା ଦଇତା ପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଏହା ନିମ୍ବ ଦାରୁରେ ନିର୍ମିତ ବୋଲି ସଫେଇ ଦେଇଥିଲେ। ବିଗ୍ରହଙ୍କ ପବିତ୍ରତାକୁ ନେଇ ସେ ଏକ ବଙ୍ଗାଳି ଟେଲିଭିଜନ ଚ୍ୟାନେଲରେ ସଫେଇ ଦେଇ ଏହା ପୁରୀରୁ ଆସିଛି ଏଵଂ ନବ କଳେବର ପାଇଁ ଆସିଥିବା ଦାରୁର ବଳକା  ଅଂଶରେ ତିଆରି…

Read More