What's Hot
Author: Purva Paksha
ଆମେରିକୀୟ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥାର ଆଶଙ୍କା ବୃଦ୍ଧି ନିବେଶକମାନଙ୍କ ପାଇଁ ଚିନ୍ତା ସୃଷ୍ଟି କରୁଛି। ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଉଠୁଛି ଯେ କ’ଣ ବିଶ୍ୱରେ ମାନ୍ଦାବସ୍ଥା ଆସୁଛି? ଆମେରିକାର ଅର୍ଥବ୍ୟବସ୍ଥାରେ ପ୍ରଥମ ତ୍ରୈମାସିକରେ ୦.୩ ପ୍ରତିଶତ ହ୍ରାସ ଦେଖାଯାଇଛି। ଗତ ତିନିବର୍ଷରେ ଏହା ପ୍ରଥମ ଥର ପାଇଁ ଘଟିଛି। ଏହା ପଛରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତିକୁ ଦାୟୀ କରାଯାଉଛି। କମର୍ସ ଡିପାର୍ଟମେଣ୍ଟର ବ୍ୟୁରୋ ଅଫ୍ ଇକୋନୋମିକ ଆନାଲିସିସ ଅନୁସାରେ, ପୂର୍ବ ତ୍ରୈମାସିକରେ ଜିଡିପିରେ ୦.୩ ପ୍ରତିଶତର ବାର୍ଷିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ, ଚତୁର୍ଥ ତ୍ରୈମାସିକରେ ଅର୍ଥବ୍ୟବସ୍ଥା ୨.୪ ପ୍ରତିଶତ ହାରରେ ବୃଦ୍ଧି ପାଇଥିଲା। ଟ୍ରମ୍ପଙ୍କ ଟାରିଫ ଟ୍ରମ୍ପଙ୍କ ଟାରିଫରୁ ବଞ୍ଚିବା ପାଇଁ ଆମେରିକୀୟ କମ୍ପାନୀମାନେ ବହୁତ ଆମଦାନୀ କରିଛନ୍ତି। ଗତବର୍ଷର ଚତୁର୍ଥ ତ୍ରୈମାସିକରେ ଆମଦାନୀ ୧.୯ ପ୍ରତିଶତ ହ୍ରାସ ପାଇଥିବାବେଳେ ଏହି ବର୍ଷର ପ୍ରଥମ ତ୍ରୈମାସିକରେ ଏହା ୪୧.୩ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଭାରତର…
