ଭାରତର ପ୍ରତିରକ୍ଷା କିମ୍ବା ମିସାଇଲ୍ ପ୍ରଯୁକ୍ତିବିଦ୍ୟା କଥା ଆସିଲେ, ସାଧାରଣତଃ ଆମ ମନକୁ ପ୍ରଥମେ ଚାନ୍ଦିପୁରର ଆଇଟିଆର୍ (ITR Chandipur) କିମ୍ବା ଅବଦୁଲ କଲାମ ଦ୍ୱୀପ କଥା ଆସିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଆମ ଓଡ଼ିଶା ମାଟିରେ ଆଉ ଏକ ଏମିତି ଅନୁଷ୍ଠାନ ରହିଛି ଯିଏ ସୁଦୂର ଦୁର୍ଗମ ଅଞ୍ଚଳରେ ରହି ଭାରତୀୟ ସେନାର ପ୍ରତିରକ୍ଷା ବାହିନୀକୁ ଶକ୍ତିଶାଳୀ କରିବାରେ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି? ଆଜ୍ଞା ହଁ, ମୁଁ କହୁଛି ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା କୋରାପୁଟର ସୁନାବେଡ଼ାରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଅର୍ଥାତ୍ ହାଲ କୋରାପୁଟ କଥା।
ଏହି କୋରାପୁଟ ହାଲ୍ ଏବେ ଭାରତୀୟ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପାଇଁ ଏମିତି ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଦେଇଛି, ଯାହା ଶୁଣିଲେ ପ୍ରତ୍ୟେକ ଓଡ଼ିଆ ତଥା ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ କୁଣ୍ଡେ ମୋଟ ହୋଇଯିବ।
ଗତ କିଛି ଦିନ ହେବ ସାରା ଦେଶର ପ୍ରତିରକ୍ଷା ମହଲରେ ଗୋଟିଏ ଶବ୍ଦ ଖୁବ୍ ଜୋର୍ସୋର୍ରେ ଆଲୋଚନା ହେଉଛି—ତାହା ହେଉଛି “AL-31 ଇଞ୍ଜିନର ରିଭର୍ସ ଇଞ୍ଜିନିୟରିଂ” (Reverse Engineering)। ଆଜିର ଏହି ସ୍ୱତନ୍ତ୍ର ଭିଡିଓରେ ଆମେ ଅତି ସରଳ ଭାବେ ବୁଝିବା ଯେ ପ୍ରକୃତରେ ଭାରତର ବୈଜ୍ଞାନିକମାନେ କେଉଁ ଚମତ୍କାର କରି ଦେଖାଇଛନ୍ତି, ଏହି ଖବରଟି ଭାରତ ପାଇଁ ଏତେ ଜରୁରୀ କାହିଁକି ଏବଂ ଏହା ଦ୍ୱାରା ଭାରତର ସବୁଠାରୁ ଭରସାଯୋଗ୍ୟ ‘ସୁଖୋଇ-୩୦’ ଯୁଦ୍ଧବିମାନ ଏବଂ ଆମର ସ୍ୱଦେଶୀ ‘କାବେରୀ ଇଞ୍ଜିନ’ର ଭବିଷ୍ୟତ କେମିତି ସମ୍ପୂର୍ଣ୍ଣ ବଦଳିଯିବାକୁ ଯାଉଛି।
ଆମେ ଦୀର୍ଘ ଦଶନ୍ଧି ଧରି ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନର AL-31 ଇଞ୍ଜିନକୁ ଭାରତରେ ତିଆରି ଏବଂ ଅସେମ୍ବଲ୍ ତ କରୁଥିଲେ, କିନ୍ତୁ ଏହାର ପ୍ରକୃତ ଡିଜାଇନ୍ ଜ୍ଞାନ ଆମ ପାଖରେ ନ ଥିଲା। ଏବେ ଭାରତର ଡିଆରଡିଓ ଏବଂ କୋରାପୁଟ ହାଲ ମିଶି ରୁଷିଆର ସେହି ବହୁ ବର୍ଷର ଚାଲାକିକୁ କେମିତି ମାତ୍ ଦେଇଛନ୍ତି, ତାହା ହିଁ ଆଜିର ସବୁଠାରୁ ବଡ଼ ଇନସାଇଡ୍ ଷ୍ଟୋରୀ।
ପ୍ରଥମେ ଆସନ୍ତୁ ସହଜ ଭାବେ ବୁଝିବା ଏହି AL-31 FP ଇଞ୍ଜିନଟି ପ୍ରକୃତରେ କଣ? ଏହା ହେଉଛି ଏକ ଅତ୍ୟନ୍ତ ଶକ୍ତିଶାଳୀ ‘ଆଫ୍ଟର ବର୍ନର ଟର୍ବୋଫ୍ୟାନ୍ ଇଞ୍ଜିନ’ (Afterburner Turbofan Engine), ଯାହାକୁ ରୁଷିଆର ପ୍ରସିଦ୍ଧ କମ୍ପାନୀ ‘ସାଟର୍ନ’ (Saturn) ତିଆରି କରିଛି। ଏହି ଇଞ୍ଜିନକୁ ରୁଷିଆର ସୁଖୋଇ ଫ୍ୟାମିଲିର ‘ହୃଦୟ’ ବୋଲି କୁହାଯାଏ। ଏହାର ଶକ୍ତି ଏତେ ଭୟଙ୍କର ଯେ ଆଫ୍ଟର ବର୍ନର ସହିତ ଏହା ପ୍ରାୟ ୧୨୫ କିଲୋ ନିଉଟନ୍ (kN) ର ଥ୍ରଷ୍ଟ ବା ଉଡ଼ିବା ଶକ୍ତି ସୃଷ୍ଟି କରିଥାଏ। ଏଥିସହିତ ଏଥିରେ ‘ଥ୍ରଷ୍ଟ ଭେକ୍ଟରିଂ ନୋଜଲ୍ସ’ (Thrust Vectoring Nozzles) ଅଛି, ଯାହା ସୁଖୋଇ ଯୁଦ୍ଧବିମାନକୁ ଆକାଶରେ ଅଦ୍ଭୁତ ଭାବେ ବୁଲିବା ଏବଂ ଶତ୍ରୁ ପାଇଁ ଅଦୃଶ୍ୟ କଳାକୌଶଳ ଦେଖାଇବାର ସୁପର-ପାୱାର ଦେଇଥାଏ।
ଭାରତରେ ୨୦ଏମଡି ୪ ମସିହାଠାରୁ ଓଡ଼ିଶାର କୋରାପୁଟ ଫ୍ୟାକ୍ଟ୍ରିରେ ଏହି ଇଞ୍ଜିନକୁ ଅସେମ୍ବଲ୍ କରାଯାଉଛି। ରୁଷିଆଠାରୁ ଆମ ପାଖରେ ଏହାର ଲାଇସେନ୍ସ ଅଛି ଏବଂ ହାଲ୍ ଏପର୍ଯ୍ୟନ୍ତ ୫୪୪ ରୁ ଅଧିକ ଇଞ୍ଜିନ ସଫଳତାର ସହ ଅସେମ୍ବଲ୍ କରିସାରିଛି। ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ୨୬ଏମଡିରୁ ଅଧିକ ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନ ଅଛି, ଯାହା ଆମ ଆକାଶ ମାର୍ଗର ସୁରକ୍ଷାର ମେରୁଦଣ୍ଡ। ଏତେ ବଡ଼ ସୁଖୋଇ ବାହିନୀକୁ ସବୁବେଳେ ପ୍ରସ୍ତୁତ ରଖିବା ପାଇଁ ଲଗାତାର ଇଞ୍ଜିନ ଏବଂ ସ୍ପେୟାର ପାର୍ଟସ୍ର ଆବଶ୍ୟକତା ରହିଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି—ଯଦି ଓଡ଼ିଶାର କୋରାପୁଟରେ ଏତେ ବର୍ଷ ଧରି ଇଞ୍ଜିନ ତିଆରି ଚାଲିଥିଲା, ତେବେ ସମସ୍ୟା କେଉଁଠି ଥିଲା?
ଏଇଠି ରହିଛି ରୁଷିଆର ସେହି ଅସଲ ଖେଳ। ରୁଷିଆ ଭାରତକୁ ଯେଉଁ ଟେକ୍ନୋଲୋଜି ଟ୍ରାନ୍ସଫର (ToT) ଦେଇଥିଲା, ପ୍ରତିରକ୍ଷା ବିଶେଷଜ୍ଞମାନେ ତାକୁ “Hollow ToT” ବା ‘ଫାଙ୍କା ଟେକ୍ନୋଲୋଜି’ ବୋଲି କହନ୍ତି। ଅର୍ଥାତ୍ ଉପରକୁ ଦେଖିଲେ ଲାଗିବ ସବୁ କିଛି ମିଳିଛି, କିନ୍ତୁ ଭିତରୁ ତାହା ସମ୍ପୂର୍ଣ୍ଣ ଫାଙ୍କା। ରୁଷିଆ ଭାରତକୁ କେବଳ ଇଞ୍ଜିନ ଯୋଡ଼ିବାର ଅଧିକାର ଦେଇଥିଲା, କିନ୍ତୁ ଯାହା ଦେଇନଥିଲା, ତାହା ହେଉଛି—’ସୋର୍ସ ଡିଜାଇନ୍ ଡାଟା’ (Source Design Data) ଅର୍ଥାତ୍ ପ୍ରଥମରୁ ନିଜେ ଇଞ୍ଜିନ ତିଆରି କରିବାର ମୂଳ ମାପଚୁପ।
ଏହା ବ୍ୟତୀତ ସେମାନେ ମେଟାଲର୍ଜି (Metallurgy Recipe) ର ସେହି ଗୁପ୍ତ ଫର୍ମୁଲା ମଧ୍ୟ ଦେଇନଥିଲେ, ଯାହା ଦ୍ୱାରା ଜଣାପଡ଼ିବ କେଉଁ ଧାତୁ କେତେ ପରିମାଣରେ ମିଶାଇଲେ ସେହି ଅତ୍ୟନ୍ତ ଗରମ ସହିପାରୁଥିବା ଟର୍ବାଇନ୍ ବ୍ଲେଡ୍ ତିଆରି ହୁଏ। ସବୁଠାରୁ ବଡ଼ ଚାଲାକି ହେଉଛି, ହାଲ କୁ ଯେଉଁ ୨ଡି ଡ୍ରଇଂ ମିଳିଥିଲା, ସେଥିରୁ ରୁଷିଆ ଜାଣିଶୁଣି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଉପରେ ‘ମାସ୍କ’ (Mask) ବା କଳା ଦାଗ ଲଗେଇ ଗୁପ୍ତ ରଖିଥିଲା। ଏହା ରୁଷିଆର ଏମିତି ଏକ କୌଶଳ ଥିଲା, ଯେମିତି ଭାରତ ସବୁବେଳେ ସ୍ପେୟାର ପାର୍ଟସ୍ ପାଇଁ ରୁଷିଆ ଉପରେ ହିଁ ନିର୍ଭର କରି ରହୁ।
ଯେତେବେଳେ ବି ହାଲ ଏଥିରେ କୌଣସି ସ୍ୱଦେଶୀ ପାର୍ଟ ଲଗାଇବାକୁ ଚେଷ୍ଟା କରୁଥିଲା, ସେତେବେଳେ ତାର ସହନଶୀଳତାକୁ ନେଇ ପ୍ରଶ୍ନ ଉଠୁଥିଲା, କାରଣ ସାମାନ୍ୟ ତ୍ରୁଟି ହେଲେ କୋଟି କୋଟି ଟଙ୍କାର ଯୁଦ୍ଧବିମାନ ଆକାଶରେ କ୍ରାଶ୍ ହେବାର ଭୟ ଥିଲା। ସଦ୍ୟ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଭାରତକୁ ଏହି ସତ୍ୟତା ବହୁତ କଡ଼ା ଭାବେ ବୁଝାଇ ଦେଲା ଯେ, ସଙ୍କଟ ସମୟରେ ବିଦେଶୀ ସପ୍ଲାୟର୍ସମାନେ ଆଗ ନିଜ ଦେଶର କଥା ବୁଝନ୍ତି।
ଆମେ ଦେଖିଲେ ଯେ ଆମେରିକାର ଜିଇ କମ୍ପାନୀ ମଧ୍ୟ କେମିତି ଭାରତର ତେଜସ୍ ବିମାନ ପାଇଁ ଇଞ୍ଜିନ ଦେବାରେ ବିଳମ୍ବ କଲା। ଏହି ସବୁ ଦେଖିବା ପରେ ଭାରତ ବୁଝିଗଲା ଯେ ସାମରିକ କ୍ଷେତ୍ରରେ ଆତ୍ମନିର୍ଭର ହେବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ।
ଭାରତ ଚୀନ୍ ଭଳି ରୁଷିଆର ଇଞ୍ଜିନକୁ ଚୋରି ବା ହୁବହୁ ନକଲ କରିନାହିଁ। ବରଂ ଭାରତ ନିଜର ସୁପର ପ୍ରଯୁକ୍ତିବିଦ୍ୟା ବଳରେ ଏହାକୁ ନୂଆ ରୂପ ଦେଇଛି।
ଡିଆରଡିଓ ଏବେ କୋରାପୁଟ ହାଲ ମିଶି ରୁଷିଆ ଦେଇଥିବା ସେହି ଅଧା-ଅଧୁରା ୨ଡି ଡ୍ରଇଂକୁ ଏକ ସମ୍ପୂର୍ଣ୍ଣ ୩ଡି ଡିଜିଟାଲ୍ ଟ୍ୱିନ୍ (3D Digital Twin) ରେ ପରିଣତ କରିବାରେ ସଫଳ ହୋଇଛନ୍ତି। ‘ଡିଜିଟାଲ୍ ଟ୍ୱିନ୍’ର ଅର୍ଥ ହେଉଛି କମ୍ପ୍ୟୁଟର ସ୍କ୍ରିନ୍ ଉପରେ ଇଞ୍ଜିନର ଏକ ସମ୍ପୂର୍ଣ୍ଣ ଆଭାସୀ ବା କ୍ଲୋନ୍ ରୂପ ତିଆରି କରିବା। ଏହା ଦ୍ୱାରା ବାସ୍ତବରେ ଇଞ୍ଜିନର କୌଣସି ପାର୍ଟ ନ ବଦଳାଇ ମଧ୍ୟ, ସେହି ସ୍ୱଦେଶୀ ପାର୍ଟଟି ଇଞ୍ଜିନର କେତେ ତାପମାତ୍ରା ଓ ଚାପ ସହିପାରିବ, ତାହା କମ୍ପ୍ୟୁଟର ସ୍କ୍ରିନ୍ରେ ହିଁ ସିମୁଲେସନ୍ (Simulation) ମାଧ୍ୟମରେ ସମ୍ପୂର୍ଣ୍ଣ ସଠିକ୍ ଭାବେ ଜଣାପଡ଼ିଯିବ। ରୁଷିଆ ଯେଉଁ ଗୁପ୍ତ ତଥ୍ୟଗୁଡ଼ିକୁ ଲିଭେଇ ଦେଇଥିଲା, ଆମ ବୈଜ୍ଞାନିକମାନେ ତାକୁ ପୁନଃପ୍ରକାଶ (Recreate) କରିବାରେ ସଫଳ ହୋଇଛନ୍ତି।
ଏହାର ସବୁଠାରୁ ବଡ଼ ଫାଇଦା ହେଉଛି—ଟର୍ବାଇନ୍ ବ୍ଲେଡ୍ ଟେକ୍ନୋଲୋଜିକୁ ଗଭୀର ଭାବେ ବୁଝିବା। ଯେକୌଣସି ଜେଟ୍ ଇଞ୍ଜିନର ସବୁଠାରୁ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ପାର୍ଟ ହେଉଛି ତାର ଟର୍ବାଇନ୍ ବ୍ଲେଡ୍, ଯାହା ହଜାର ହଜାର ଡିଗ୍ରୀ ତାପମାତ୍ରାରେ ମଧ୍ୟ ତରଳିଯାଏ ନାହିଁ। ଏହି ରିଭର୍ସ ଇଞ୍ଜିନିୟରିଂ ଦ୍ୱାରା ଭାରତ ସେହି ମେଟାଲର୍ଜି ଜ୍ଞାନକୁ ଆୟତ୍ତ କରିସାରିଛି। ନିକଟରେ ଭାରତ ରୁଷିଆକୁ ଆଉ ୨୫ଏମଡିଟି ଅତିରିକ୍ତ AL-31 ଇଞ୍ଜିନର ଅର୍ଡର ଦେଇଥିଲା, ସେଥିରେ ସର୍ତ୍ତ ଥିଲା ଯେ ୫୪% ରୁ ୬ଏମଡି% ପାର୍ଟସ୍ ସ୍ୱଦେଶୀ ହେବା ଦରକାର। ରୁଷିଆ ଭାବିଥିଲା ଭାରତ ପାଖରେ ତ ଡାଟା ନାହିଁ, ସେମାନେ କେମିତି ସ୍ୱଦେଶୀ ପାର୍ଟ ଲଗାଇବେ? କିନ୍ତୁ ଡିଆରଡିଓ ଏବଂ କୋରାପୁଟ ହାଲ୍ର ଏହି ମାଷ୍ଟରଷ୍ଟ୍ରୋକ୍ ରୁଷିଆର ସେହି ଅହଂକାରକୁ ଧୂଳିସାତ୍ କରିଦେଇଛି।
ଏହି ସଫଳତାର ଭବିଷ୍ୟତର ଫାଇଦା ଅତ୍ୟନ୍ତ ବ୍ୟାପକ। ବର୍ତ୍ତମାନ ହାଲ ଗୋଟିଏ ପଟେ ରୁଷିଆର AL-31 ଇଞ୍ଜିନର ପ୍ରତିଟି ଗୁପ୍ତ ଜ୍ଞାନକୁ ଡିକୋଡ୍ କରୁଛି, ଏବଂ ଅନ୍ୟପଟେ ଆମେରିକା ସହ ହୋଇଥିବା ଡିଲ୍ ଅନୁସାରେ GE F-414 ଇଞ୍ଜିନର ୮ଏମଡି% ଟେକ୍ନୋଲୋଜି ଟ୍ରାନ୍ସଫର ମଧ୍ୟ ହାଲ କୁ ମିଳିବାକୁ ଯାଉଛି। ଚିନ୍ତା କରନ୍ତୁ, ଯେତେବେଳେ ପୃଥିବୀର ଦୁଇଟି ସବୁଠାରୁ ଶକ୍ତିଶାଳୀ ଏବଂ ସମ୍ପୂର୍ଣ୍ଣ ଅଲଗା ଇଞ୍ଜିନ ପ୍ରଯୁକ୍ତିବିଦ୍ୟା (ରୁଷିଆ ଏବଂ ଆମେରିକା) ର ଗଭୀର ଜ୍ଞାନ ଭାରତର ହାଲ ପାଖରେ ରହିବ, ସେତେବେଳେ ଆମ ବୈଜ୍ଞାନିକମାନେ ଏହାକୁ ମିଶାଇ କେତେ ବଡ଼ ସ୍ୱଦେଶୀ ଚମତ୍କାର କରିପାରିବେ!
ଏହି ଜ୍ଞାନ ସିଧାସଳଖ ଭାରତର ସବୁଠାରୁ ବଡ଼ ସ୍ୱପ୍ନ—”କାବେରୀ ଇଞ୍ଜିନ ପ୍ରୋଗ୍ରାମ” (Kaveri Engine) ରେ ବ୍ୟବହାର କରାଯିବ। ଭାରତ ଅନେକ ବର୍ଷ ହେବ ନିଜର ସ୍ୱଦେଶୀ ଫାଇଟର ଜେଟ୍ ଇଞ୍ଜିନ ‘କାବେରୀ’ ତିଆରି କରିବାରେ ୩ଟି ଜାଗାରେ ଅଟକି ଯାଉଥିଲା—ଟର୍ବାଇନ୍ ବ୍ଲେଡ୍ ଟେକ୍ନୋଲୋଜି, ମେଟେରିଆଲ୍ ସାଇନ୍ସ ଏବଂ ସଠିକ୍ ଟେଷ୍ଟିଂ ଡାଟା। ଏବେ ରୁଷିଆର ଇଞ୍ଜିନକୁ ଡିକୋଡ୍ କରିବା ପରେ, ଏହି ୩ଟିଯାକ ସମସ୍ୟାର ସମାଧାନ ଭାରତକୁ ମିଳିସାରିଛି ଏବଂ ଏବେ ଆମ ‘କାବେରୀ ଇଞ୍ଜିନ’ ପ୍ରକୃତରେ ସୁପରଫାଷ୍ଟ ବେଗରେ ଆଗକୁ ବଢ଼ିବ।
ଏହି ସଫଳତା ଦ୍ୱାରା ଭାରତର ଭବିଷ୍ୟତର 5th Generation Stealth Fighter Jet ଯେମିତି କି—AMCA, ଘାତକ ଷ୍ଟେଲ୍ଥ ଡ୍ରୋନ୍ (Ghatak UCAV) ପାଇଁ ସ୍ୱଦେଶୀ ଇଞ୍ଜିନ ତିଆରି କରିବା ସହଜ ହୋଇଯିବ। ସାରା ପୃଥିବୀରେ ଜେଟ୍ ଇଞ୍ଜିନ ତିଆରି କରିବାର ଜ୍ଞାନକୌଶଳ ମାତ୍ର ୪-୫ଟି ସୁପରପାୱାର ଦେଶ ପାଖରେ ଅଛି, ଆଉ ଏବେ ଓଡ଼ିଶାର କୋରାପୁଟ ହାଲ୍ ଯୋଗୁଁ ଭାରତ ସେହି ସୁପର ଏଲିଟ୍ କ୍ଲବ୍ (Super Elite Club) ରେ ସାମିଲ ହେବାକୁ ଯାଉଛି।
ରୁଷିଆ ଭାରତକୁ ଯେଉଁ ‘ଫାଙ୍କା ଟେକ୍ନୋଲୋଜି’ ଦେଇଥିଲା, ଭାରତ ନିଜର ବୁଦ୍ଧି ଏବଂ ୩ଡି ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ବଳରେ ତାକୁ ସମ୍ପୂର୍ଣ୍ଣ ଭାବେ ଭରପୂର କରିଦେଇଛି। ଏହା ରାତିାରାତି ହେବ ନାହିଁ, ସମୟ ଲାଗିବ, କିନ୍ତୁ ଆମେ ସଠିକ୍ ଦିଗରେ ବଡ଼ ବିଜୟ ହାସଲ କରିଛୁ।
AlsoRead;https://purvapaksa.com/deadly-hereditary-disease/


