ଅହମ୍ମଦାବାଦ ସାଇବର କ୍ରାଇମ୍ ବ୍ରାଞ୍ଚ ବୁଧବାର ଦିନ ଚାରି ଜଣଙ୍କୁ ଅନଲାଇନ ତାଙ୍କ ଚୋରି ନେଇ ଗିରଫ କରିଛି । ଯେଉଁମାନେ ଗୁଗୁଲର ଜେମିନିର AI ଟୁଲ୍ ସମେତ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଜଣେ ବ୍ୟବସାୟୀଙ୍କ ଡିପଫେକ୍ ଭିଡିଓ ବା ନକଲି ମୁହଁ ଥିବା ଭିଡିଓ ତିଆରି କରିଥିଲେ । ଏହା ପରେ OTP ଆଲର୍ଟକୁ ଟ୍ରିଗର ନକରି ଏକ ଠକେଇ ଋଣ କାରବାର କରିବା ପାଇଁ ଆଧାର ବାୟୋମେଟ୍ରିକ୍ ଯାଞ୍ଚକୁ ବାଇପାସ୍ କରିଥିଲେ।

ଆମଦାନୀ-ରପ୍ତାନି କାର୍ଯ୍ୟରେ ନିୟୋଜିତ ଜଣେ ସହରର ବ୍ୟବସାୟୀ ଦୁଇ ଦିନ ଧରି ତାଙ୍କ ବ୍ୟାଙ୍କରୁ OTP ପାଇବା ବନ୍ଦ କରିଦେଇଥିବା ଏବଂ କିଛି ଭୁଲ ହୋଇଥିବା ସନ୍ଦେହ କରି ପୋଲିସ ସହିତ ଯୋଗାଯୋଗ କରିବା ପରେ କିଛି ଏଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି ।

ତଦନ୍ତ ସମୟରେ, ପୋଲିସ ଜାଣିପାରିଲା ଯେ ତାଙ୍କ ଆଧାର ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର OTP ଯାଞ୍ଚ ବିନା ଦ୍ୱାରା ପରିବର୍ତ୍ତନ କରାଯାଇଥିଲା ଏବଂ ତାଙ୍କ ବାୟୋମେଟ୍ରିକ୍ ତଥ୍ୟ ସହିତ ହେରଫେର କରାଯାଇଥିଲା। ଏହା ପରେ ତାଙ୍କ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା ଏବଂ ସେଥିରୁ ୨୫ହଜାର ଟଙ୍କା ଋଣ ନିଆଯାଇଥିଲା। ପୋଲିସର ତଥ୍ୟରୁ ଜଣାପଡିଛି ଯେ ଗ୍ୟାଙ୍ଗ ସଂରକ୍ଷିତ ଡକ୍ୟୁମେଣ୍ଟଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ବ୍ୟବସାୟୀଙ୍କ ଡିଜି-ଲକର ଆକାଉଣ୍ଟକୁ ମଧ୍ୟ ଆକ୍ସେସ୍ କରିଥିଲା।

ତେବେ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ଏହି ଗ୍ୟାଙ୍ଗ୍ ଗୁଗୁଲର ଜେମିନି ଏଆଇ ଟୁଲ୍ ବ୍ୟବହାର କରି ପୀଡିତଙ୍କ ଡିପ୍ ଫେକ୍ ଭିଡିଓ ସୃଷ୍ଟି କରିଥିଲା । ଯାହା ପରେ ଆଧାର ବାୟୋମେଟ୍ରିକ୍ ପ୍ରମାଣୀକରଣକୁ ବାଇପାସ୍ କରିବା ଓ ତାଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ପରିବର୍ତ୍ତନ କରିବା ପାଇଁ ଏହି ଭିଡିଓକୁ ବ୍ୟବହାର କରାଯାଇଥିଲା । ସମସ୍ତ OTP ଅଭିଯୁକ୍ତଙ୍କ ଦ୍ୱାରା ନିୟନ୍ତ୍ରିତ ନମ୍ବରକୁ ପୁନଃନିର୍ଦ୍ଦେଶିତ କରାଯାଇଥିଲା । ବ୍ୟବସାୟୀଙ୍କ ଆଧାର ନମ୍ବର ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରି, ଇ-କେୱାଇସି ମାଧ୍ୟମରେ ତିନୋଟି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଚେଷ୍ଟା କରିଥିଲା । ସେମାନେ ଜିଓ ପେମେଣ୍ଟସ୍ ବ୍ୟାଙ୍କରେ ସଫଳ ହୋଇଥିଲେ, ଯାହା ମାଧ୍ୟମରେ ସେମାନେ ୨୫ ହଜାର ଟଙ୍କା ଋଣ ନେଇଥିଲେ।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏକ କମନ୍ ସର୍ଭିସ୍ ସେଣ୍ଟରରେ କାମ କରୁଥିଲେ ଓ ମୋବାଇଲ୍ ନମ୍ବର ପରିବର୍ତ୍ତନ କାର୍ଯ୍ୟକାରୀ କରିବା ପାଇଁ ଆଧାର ସିଷ୍ଟମ୍ ଏବଂ ସରକାରୀ କିଟ୍ସରେ ତାଙ୍କର ପ୍ରବେଶର ଅପବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି। ତଦନ୍ତକାରୀମାନେ କହିଛନ୍ତି ଯେ ଠକେଇରେ ଲାଗିଥିବା ଆଡ଼ଭାନ୍ସ ଟେକ୍ନିକ୍ସ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ଗିରଫ ହୋଇଥିବା ଚାରି ଜଣଙ୍କୁ କାନୁଭାଇ ପରମାର, ଆଶିଷ ଭାନନ୍ଦ, ମହମ୍ମଦ କୈଫ୍ ପଟେଲ ଏବଂ ଦୀପ ଗୁପ୍ତା ଭାବରେ ଚିହ୍ନଟ କରାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କର ଉଚ୍ଚ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ରେ ଦେଶର ବ୍ୟାଙ୍କିଂ ସିଷ୍ଟମକୁ ନେଇ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା AI ର ବ୍ୟବହାର କେତେ ବିପଦ ସୃଷ୍ଟି କରିପାରେ ତାହା ଉପରେ ଆଲୋଚନା କରାଯାଇଥିଲା । ଆଲୋଚନା ‘ଆନ୍ଥ୍ରୋପିକର କ୍ଲାଉଡ୍ ମାଇଥୋସ୍ ମଡେଲ୍’ ସହିତ ଜଡିତ ସମ୍ଭାବ୍ୟ ସାଇବର ସୁରକ୍ଷା ଓ ବିପଦ ଉପରେ କେନ୍ଦ୍ରିତ ଥିଲା । ଏହା ଏକ ଶକ୍ତିଶାଳୀ AI ସିଷ୍ଟମ୍ ଯାହା ସମ୍ପ୍ରତି ଅନଧିକୃତ ପ୍ରବେଶ ରିପୋର୍ଟ ପରେ ଯାଞ୍ଚ ପରିସରକୁ ଆସିଛି ।
Also read : https://purvapaksa.com/womens-protection-or-leaders-crocodile-cry/
ମହିଳା ସଂରକ୍ଷଣ: ନେତାଙ୍କ କୁମ୍ଭୀର କାରନ୍ଦଣା || Women’s Protection or Leader’s Crocodile Cry


