କେବେ ଚିନ୍ତା କରିଛନ୍ତି କି ଆମେରିକା କାହିଁକି ଇରାକ, ଲିବ୍ୟା କିମ୍ବା ଇରାନ ଭଳି ଦେଶମାନଙ୍କ ଉପରେ ଆକ୍ରମଣ କରେ ବା କଠୋର କଟକଣା ଲଗାଏ?
କ’ଣ ଏହା କେବଳ ପରମାଣୁ ବୋମା ପାଇଁ, ନା ଏହା ପଛରେ ରହିଛି ଏକ ବଡ଼ ଆର୍ଥିକ ଷଡ଼ଯନ୍ତ୍ର?
ଆଜି ଆମେ ଏହି ଭିଡିଓରେ ତା ଉପରେ ଆଲୋଚନା କରିବା ଆମେରିକାର ସେହି ଅସଲ ଶକ୍ତିର, ଯାହାକୁ କୁହାଯାଏ “ଡଲାର ସାମ୍ରାଜ୍ୟବାଦ”।
ମନେପକାନ୍ତୁ ଇରାକର ସଦ୍ଦାମ ହୁସେନଙ୍କ କଥା।
ସେ ପ୍ରଥମ ବ୍ୟକ୍ତି ଥିଲେ ଯିଏ ବିଶ୍ୱକୁ କହିଥିଲେ କି ମୁଁ ଆପଣଙ୍କ ସ୍ଥାନୀୟ ମୁଦ୍ରାରେ ତେଲ ବିକ୍ରି କରିବି।
ଅର୍ଥାତ୍ ଭାରତକୁ ଟଙ୍କାରେ ଏବଂ ଚୀନକୁ ୟୁଆନରେ।
କିନ୍ତୁ ଏହା ପରେ କଣ ହେଲା?
ଇରାକ ଉପରେ ଆକ୍ରମଣ ହେଲା ଏବଂ ସଦ୍ଦାମଙ୍କ ଶାସନ ଶେଷ ହେଲା।
ଖାଲି ସେତିକି ନୁହେଁ, ଲିବ୍ୟାର ଗଦାଫି ଏବଂ ଭେନେଜୁଏଲାର ସ୍ଥିତି ମଧ୍ୟ ସମାନ। ଯେତେବେଳେ ବି କୌଣସି ଦେଶ ଡଲାର ବଦଳରେ ନିଜ ଦେଶର ମୁଦ୍ରାରେ ତେଲ କାରବାର କରିବାକୁ ଚାହେଁ, ସେତେବେଳେ ଆମେରିକାର “ପେଟ୍ରୋ-ଡଲାର” ସମୀକରଣ ବିପଦରେ ପଡ଼ିଯାଏ।
ଆମେରିକାର ଅସଲ ଶକ୍ତି କୌଣସି ବୋମା ନୁହେଁ, ବରଂ ତା’ର “ଡଲାର”। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମେରିକା ଏବେ ପ୍ରାୟ ୩୮.୫ ଟ୍ରିଲିୟନ ଡଲାର ଋଣ ବୋଝରେ ଦବି ହୋଇ ରହିଛି।
ତାଙ୍କର ଆୟ ଯେତିକି, ତା’ଠାରୁ ଅଧିକ ତାଙ୍କର ଖର୍ଚ୍ଚ। ତଥାପି ଆମେରିକା କାଙ୍ଗାଳ ହେଉନି କାହିଁକି?
କାରଣ, ଡଲାର ହେଉଛି “ରିଜର୍ଭ କରେନ୍ସି” ବା ବିଶ୍ୱର ଗଚ୍ଛିତ ମୁଦ୍ରା।
ଆମେରିକା ଚାହିଁଲେ ଯେତେ ଖୁସି ସେତେ ଡଲାର ଛାପି ପାରିବ, କାରଣ ସାରା ବିଶ୍ୱକୁ ବାଧ୍ୟ ହୋଇ ଡଲାର କିଣିବାକୁ ପଡ଼ୁଛି।
ଯଦି ବିଶ୍ୱର ଦେଶମାନେ ଡଲାରରେ କାରବାର କରିବା ବନ୍ଦ କରିଦେବେ, ତେବେ ଆମେରିକାର ଅର୍ଥବ୍ୟବସ୍ଥା ଗୋଟିଏ ଦିନରେ ଭୁଶୁଡ଼ି ପଡ଼ିବ। ସେଥିପାଇଁ ଆମେରିକା ଯେକୌଣସି ସ୍ତରକୁ ଯାଇ ନିଜ ଡଲାରର ପ୍ରଭୁତ୍ୱ ବଜାୟ ରଖିବାକୁ ଚେଷ୍ଟା କରେ।
AlsoRead; https://purvapaksa.com/the-strange-marriage-of-odisha-politics/
ଓଡ଼ିଶା ରାଜନୀତିର ‘ଅଜବ ବିବାହ’ || The ‘strange marriage’ of Odisha politics


