ସ୍ମାର୍ଟଫୋନ୍ ପ୍ରେମୀଙ୍କ ପାଇଁ ବଡ଼ ଖୁସିର ଖବର । Vivo ଭାରତୀୟ ବଜାରରେ ନିଜର X200 ସିରିଜର ଆଉ ଏକ ଶକ୍ତିଶାଳୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ Vivo X200T କୁ ଲଞ୍ଚ କରିଛି। ଦୀର୍ଘ ଦିନ ଧରି ଏହି ଫୋନ୍କୁ ନେଇ ଟେକ୍ ମାର୍କେଟରେ ଚର୍ଚ୍ଚା ଚାଲିଥିବା ବେଳେ, ଶେଷରେ କମ୍ପାନୀ ଏହାର ସମ୍ପୂର୍ଣ୍ଣ ଫିଚର୍ସ ଓ ମୂଲ୍ୟ ସାମ୍ନାକୁ ଆଣିଛି। ପ୍ରିମିୟମ୍ ଡିଜାଇନ୍, ଶକ୍ତିଶାଳୀ ପ୍ରୋସେସର୍ ଓ ଦମଦାର୍ କ୍ୟାମେରା ସେଟଅପ୍ ଏହି ଫୋନ୍କୁ ଫ୍ଲାଗସିପ୍ ସେଗମେଣ୍ଟରେ ଏକ ଶକ୍ତ ଦାବିଦାର କରିଛି ।

Vivo X200Tର ଡିଜାଇନ୍ ଓ ଲୁକ୍ ଦେଖିଲେ ପ୍ରଥମେ ଆକର୍ଷିତ କରେ । ଏହି ଫୋନ୍ର ପଛ ପ୍ୟାନେଲରେ ଗୋଲାକାର କ୍ୟାମେରା ମଡ୍ୟୁଲ୍ ଦିଆଯାଇଛି, ଯାହା ଏହାକୁ ପ୍ରିମିୟମ୍ ଲୁକ୍ ପ୍ରଦାନ କରେ । Zeiss ସହଯୋଗରେ ତିଆରି ହୋଇଥିବା କ୍ୟାମେରା ସିଷ୍ଟମ୍ Vivoର X ସିରିଜର ଏକ ବିଶେଷ ପରିଚୟ।
ଫିଚର୍ସ ଦିଗରୁ କଥା କହିଲେ, Vivo X200T ରେ ୬.୬୭-ଇଞ୍ଚର FHD+ AMOLED ଡିସପ୍ଲେ ଦିଆଯାଇଛି, ଯାହା ୫୦୦୦ ନିଟ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସପୋର୍ଟ କରେ। ଏହି ଉଚ୍ଚ ବ୍ରାଇଟନେସ୍ ଯୋଗୁଁ ସୂର୍ଯ୍ୟାଲୋକରେ ମଧ୍ୟ ସ୍କ୍ରିନ୍ ସ୍ପଷ୍ଟ ଦେଖାଯିବ । ଡିସପ୍ଲେ ସୁରକ୍ଷା ପାଇଁ ଏଥିରେ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି।ପରଫର୍ମାନ୍ସ ଦିଗରୁ Vivo X200T ରେ MediaTek Dimensity 9400+ ପ୍ରୋସେସର୍ ବ୍ୟବହାର କରାଯାଇଛି, ଯାହାକୁ ଏକ ଶକ୍ତିଶାଳୀ ଚିପସେଟ୍ ଭାବେ ଗଣାଯାଏ। ଫୋନ୍ଟି ୧୨GB RAM ଏବଂ ୫୧୨GB ପର୍ଯ୍ୟନ୍ତ ଇଣ୍ଟର୍ନାଲ୍ ଷ୍ଟୋରେଜ୍ ସହ ଆସୁଛି, ଯାହା ଗେମିଂ, ମଲ୍ଟିଟାସ୍କିଂ ଓ ହେଭି ଆପ୍ସ ବ୍ୟବହାର ପାଇଁ ଉପଯୁକ୍ତ।
ବ୍ୟାଟେରୀ ବିଭାଗରେ Vivo X200T ରେ ୬୨୦୦mAh ର ବଡ଼ ବ୍ୟାଟେରୀ ଦିଆଯାଇଛି। ଏହା ୯୦W ୱାୟର୍ଡ ଫାଷ୍ଟ ଚାର୍ଜିଂ ଓ ୪୦W ୱାୟରଲେସ୍ ଚାର୍ଜିଂକୁ ସପୋର୍ଟ କରେ, ଯାହା ଖୁବ୍ କମ୍ ସମୟରେ ଫୋନ୍କୁ ଚାର୍ଜ୍ କରିଦେବାରେ ସାହାଯ୍ୟ କରେ। ଫୋନ୍ଟି Android 16 ଉପରେ ବେସ୍ଡ Origin OS 6 ରେ ଚାଲେ।

କ୍ୟାମେରା ବିଭାଗରେ Vivo X200T ରେ ଟ୍ରିପଲ୍ ରିୟର୍ କ୍ୟାମେରା ସେଟଅପ୍ ରହିଛି। ଏଥିରେ ୫୦MP ମେନ୍ କ୍ୟାମେରା, ୫୦MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଏବଂ ୫୦MP ଟେଲିଫୋଟୋ କ୍ୟାମେରା ମିଳେ। ସେଲଫି ଓ ଭିଡିଓ କଲିଂ ପାଇଁ ୩୨MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏହାସହ ଫୋନ୍ଟି IP68 ଓ IP69 ରେଟିଂ ସହ ଆସୁଛି, ଯାହା ଏହାକୁ ପାଣି ଓ ଧୁଳିରୁ ସୁରକ୍ଷିତ ରଖେ।
ମୂଲ୍ୟ କଥା କହିଲେ, Vivo X200T ଭାରତରେ ଦୁଇଟି ଭାରିଆଣ୍ଟରେ ଲଞ୍ଚ ହୋଇଛି। ୧୨GB RAM + ୨୫୬GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୫୯,୯୯୯ ଓ ୧୨GB RAM + ୫୧୨GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ₹୬୯,୯୯୯ ରଖାଯାଇଛି। ଫୋନ୍ର ପ୍ରି-ଅର୍ଡର୍ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ, ସେଲ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ। ପ୍ରି-ବୁକିଂ ଉପରେ କମ୍ପାନୀ ୫,୦୦୦ ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ମଧ୍ୟ ପ୍ରଦାନ କରୁଛି। ଯଦି ଆପଣ ଏକ ପାୱାରଫୁଲ୍, ପ୍ରିମିୟମ୍ ଫିଚର୍ସ ସହିତ ଫ୍ଲାଗସିପ୍ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ Vivo X200T ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ୍ ହୋଇପାରେ।
also read https://purvapaksa.com/the-leaders-death-trap-is-in-the-sky/
The leader’s death trap is in the sky! ।। ନେତାଙ୍କ ମୃତ୍ୟୁ ଯନ୍ତା ଆକାଶ!


