ସ୍ମାର୍ଟଫୋନ୍ ବଜାରରେ ନିଜର ଦମଦାର ପଦଚିହ୍ନ ରଖିଥିବା Samsung ଭାରତରେ ଏକ ନୂଆ 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି ଯେ, ଫେବୃଆରୀ ୯ ତାରିଖରେ Samsung Galaxy F70e 5G ଭାରତୀୟ ବଜାରରେ ଲଞ୍ଚ ହେବ। ଏହା Galaxy F70e ସିରିଜର ପ୍ରଥମ ସ୍ମାର୍ଟଫୋନ୍ ହେବ ଏବଂ ଏହାକୁ ବିଶେଷଭାବେ କମ୍ ବଜେଟ ଶ୍ରେଣୀରେ ଉପସ୍ଥାପନ କରାଯାଇଛି।

Samsung କହିଛି ଯେ, ବର୍ତ୍ତମାନ ସମୟର ଯୁବପିଢ଼ିଙ୍କ ଆବଶ୍ୟକତାକୁ ନଜରରେ ରଖି Galaxy F70e 5G ଡିଜାଇନ୍ ଓ ଫିଚର୍ସ ପ୍ରସ୍ତୁତ କରାଯାଇଛି । ଲଞ୍ଚ ପୂର୍ବରୁ କମ୍ପାନୀ ଏହି ଫୋନ୍ର ଡିଜାଇନ୍ ଇମେଜ୍ ଏବଂ କିଛି ମୁଖ୍ୟ ସ୍ପେସିଫିକେସନ୍ ସେୟାର କରିଛି, ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଉଛି।
Galaxy F70e 5G ଏକ ଲୋ-ବଜେଟ ସ୍ମାର୍ଟଫୋନ୍ ହେବ, ଯାହାର ମୂଲ୍ୟ ୧୫ ହଜାରରୁ ୧୮ ହଜାର ଟଙ୍କା ମଧ୍ୟରେ ରହିବ ବୋଲି ଆଶା କରାଯାଉଛି । ଏହି ଫୋନ୍ ଲଞ୍ଚ ପରେ ଆଗାମୀ ସପ୍ତାହରେ ବଜାରରେ ଉପଲବ୍ଧ ହେବ। ରଙ୍ଗ ବିକଳ୍ପ କଥା କହିଲେ, Galaxy F70e 5G ଦୁଇଟି ଆକର୍ଷଣୀୟ କଲର—Limelight Green ଏବଂ Spotlight Blueରେ ଉପଲବ୍ଧ ହେବ।
ଡିସ୍ପ୍ଲେ ବିଭାଗରେ ଏହି ଫୋନ୍ ୬.୭ ଇଞ୍ଚର ବଡ଼ ସ୍କ୍ରିନ୍ ସହ ଆସିବ। ସ୍ଲିମ୍ ବେଜେଲ୍ସ ସହିତ ଏହାର ଡିସ୍ପ୍ଲେ ଯୁବପିଢ଼ିଙ୍କୁ ଏକ ପ୍ରିମିୟମ ଅନୁଭୂତି ଦେବ । Galaxy F70eରେ 120Hz ରିଫ୍ରେଶ ରେଟ୍ ସହିତ ୮୦୦ nits ପିକ୍ ବ୍ରାଇଟନେସର ସପୋର୍ଟ ମଧ୍ୟ ମିଳିବ, ଯାହା ଧୂପରେ ମଧ୍ୟ ସ୍କ୍ରିନ୍ ସ୍ପଷ୍ଟ ଦେଖାଯିବାରେ ସାହାଯ୍ୟ କରିବ।
କ୍ୟାମେରା ଫିଚର୍ସ ଦୃଷ୍ଟିରୁ Galaxy F70e 5Gକୁ ଏକ କ୍ୟାମେରା-ସେଣ୍ଟ୍ରିକ୍ ବଜେଟ ସ୍ମାର୍ଟଫୋନ୍ ଭାବେ ଲଞ୍ଚ କରାଯାଉଛି। ଏଥିରେ AI ଆଧାରିତ ଫିଚର୍ସ ସାମିଲ ହେବ। ଫୋନ୍ର ପଛପଟେ ଡୁଆଲ୍ ରିୟର୍ କ୍ୟାମେରା ସେଟଅପ୍ ରହିବ, ଯେଉଁଥିରେ 50MPର ପ୍ରାଇମେରୀ କ୍ୟାମେରା ଓ 2MPର ଡେପ୍ଥ ସେନ୍ସର ମିଳିବ। ସେଲ୍ଫି ଏବଂ ଭିଡିଓ କଲ୍ ପାଇଁ 8MPର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିବ।

ବ୍ୟାଟେରୀ କ୍ଷେତ୍ରରେ ମଧ୍ୟ Samsung ବଡ଼ ଦାବି କରିଛି। Galaxy F70e 5Gରେ 6000mAhର ବଡ଼ ବ୍ୟାଟେରୀ ମିଳିବ, ଯାହା ଗୋଟିଏ ଚାର୍ଜରେ ଦିନ-ରାତି ଚାଲିବ ବୋଲି କମ୍ପାନୀ କହିଛି। ଏଥିରେ Type-C ଚାର୍ଜିଂ ପୋର୍ଟ ରହିବ।
ଡିଜାଇନ୍ କଥା କହିଲେ, ଏହି ଫୋନ୍ରେ ଲେଦର ଫିନିଶ ସହିତ ପ୍ରିମିୟମ ଲୁକ୍ ମିଳିବ, ଯାହା ସଫ୍ଟ ଫିଲ୍ ଦେବ। ପରଫର୍ମାନ୍ସ ପାଇଁ Galaxy F70e 5G MediaTek Dimensity 6300 ଚିପସେଟ୍ରେ ଅପରେଟ୍ ହେବ। ଏଥିରେ 6GB RAM ଓ 128GB ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳିବ ବୋଲି ଜଣାପଡ଼ିଛି। ଯଦିଓ କମ୍ପାନୀ ଏପର୍ଯ୍ୟନ୍ତ ସମସ୍ତ ବିବରଣୀ ସରକାରିଭାବେ ରିଭିଲ୍ କରିନାହିଁ, ତଥାପି ଏହି ଫୋନ୍ ୧୫ ହଜାରରୁ ୧୮ ହଜାର ଟଙ୍କା ମଧ୍ୟରେ ଉପଲବ୍ଧ ହେବା ସ୍ପଷ୍ଟ ହୋଇଛି।
also read https://purvapaksa.com/horoscope-05-02-2026/
https://purvapaksa.com/horoscope-05-02-2026/


