ଗହଣା କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ବଜାରକୁ ଯିବା ପୂର୍ବରୁ ଆଜିର ସୁନା ଓ ରୁପା ଦର ଜାଣିବା ଅତ୍ୟନ୍ତ ଜରୁରୀ। ସୁନା ଦରରେ ପ୍ରତିଦିନ ଉତ୍ତାର-ଚଢ଼ାଉ ଦେଖିବାକୁ ମିଳୁଥିବା ବେଳେ, ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ଉଚ୍ଚ ସ୍ତରରେ ରହିଛି। ବିଭିନ୍ନ ସହରରେ ସୁନା ଦର ପ୍ରାୟ ସମାନ ରହିଥିଲେ ମଧ୍ୟ କିଛି ସ୍ଥାନରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଉଛି।
ଭାରତୀୟ ବଜାରରେ ଆଜିର ସୁନା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୫୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୭,୨୦୦ ଟଙ୍କାକୁ ଛୁଇଁଛି। ଏହି ଦର ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ, ବର୍ତ୍ତମାନ ସୁନା ନିବେଶ ଓ ଗହଣା କ୍ରୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ଚାଲିଛି।
ଭୁବନେଶ୍ୱର, ମୁମ୍ବାଇ ଓ ଦିଲ୍ଲୀର ସୁନା ଦର
ରାଜଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୫୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୭,୨୦୦ ଟଙ୍କାକୁ ପହଞ୍ଚିଛି। ମୁମ୍ବାଇରେ ମଧ୍ୟ ସୁନା ଦର ପ୍ରାୟ ସମାନ ରହିଛି, ଯେଉଁଠାରେ ୨୪ କ୍ୟାରେଟ ସୁନା ୧,୬୦,୫୮୦ ଟଙ୍କା ଓ ୨୨ କ୍ୟାରେଟ ୧,୪୭,୨୦୦ ଟଙ୍କାରେ ବିକ୍ରି ହେଉଛି।ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ସୁନା ଦର ସାମାନ୍ୟ ଅଧିକ ରହିଛି। ଏଠାରେ ୨୪ କ୍ୟାରେଟ ସୁନା ୧,୬୦,୭୩୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୭,୩୫୦ ଟଙ୍କାରେ ଉପଲବ୍ଧ ରହିଛି।
ଦକ୍ଷିଣ ଓ ପୂର୍ବ ଭାରତର ସହରଗୁଡ଼ିକରେ ଦର
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ଆଜି ସୁନା ଦର ସବୁଠାରୁ ଅଧିକ ରହିଛି। ଏଠାରେ ୨୪ କ୍ୟାରେଟ ସୁନା ୧,୬୨,୫୫୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୯,୦୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୪ କ୍ୟାରେଟ ସୁନା ୧,୬୦,୫୮୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୭,୨୦୦ ଟଙ୍କା ରହିଛି।
ରୁପା ଦରରେ ମଧ୍ୟ ବୃଦ୍ଧି

ସୁନା ସହିତ ସହିତ ରୁପା ଦର ମଧ୍ୟ ଆକାଶଛୁଆଁ ହୋଇଛି। ଆଜି ଭାରତୀୟ ବଜାରରେ ରୁପା ମୂଲ୍ୟ କିଲୋ ପିଛା ୩,୫୦,୦୦୦ ଟଙ୍କା ରହିଛି।
ସୁନାର ଶୁଦ୍ଧତା କେମିତି ଜାଣିବେ?
ଗହଣା କିଣିବା ସମୟରେ ସୁନାର ଶୁଦ୍ଧତା ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ। ସୁନାର ହଲମାର୍କ, ଲାଇସେନ୍ସ ନମ୍ବର କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ ପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସୂଚନା ମିଳିଥାଏ। ଗହଣା କିଣିବା ପୂର୍ବରୁ ଦର ସହିତ ସହିତ ଶୁଦ୍ଧତା ଉପରେ ଧ୍ୟାନ ଦେଲେ ଆପଣ ଠକେଇରୁ ବଞ୍ଚିପାରିବେ।
also read https://purvapaksa.com/major-attack-on-air-force-base-at-night/
Major attack on Air Force base at night ।। ରାତିରେ ବାୟୁସେନା ଘାଟି ଉପରେ ବଡ଼ ଆକ୍ରମଣ, ୨୦ ମୃତ


