Author: Samir Rout

ରାହୁଲ, ଜାଡ଼େଜାଙ୍କ ଅର୍ଦ୍ଧଶତକ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୪୪୫ ଭାରତ ପ୍ରଥମ ଇନିଂସ ୯/୨୫୨ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମୁକାବିଲାରେ ଘରୋଇ ଦଳର ଆଧିପତ୍ୟ ଜାରି ରହିଛି। ଭାରତ ଫଲୋଅନ ଏଡ଼ାଇବାରେ ସଫଳ ହୋଇଥିଲେ ହେଁ ପରାଜୟ ଆଶଙ୍କା ଟଳି ନାହିଁ। ପ୍ରଥମ ଇନିଂସରେ ଭାରତ ୯ ୱିକେଟ ହରାଇ ୨୫୨ ରନ୍ ସଂଗ୍ରହ କରିଛି ଓ ଆଉ ୧୯୩ ରନ ପଛରେ ରହିଛି। ଯଶପ୍ରୀତ ବୁମରା  ୧୦ ଓ ଆକାଶ ଦୀପ ୨୭ ରନ୍ କରି ଅପରାଜିତ ରହିଛନ୍ତି। ମ୍ୟାଚ୍‍ର ୪ ଦିନ ଶେଷ ହୋଇ  ସାରିଛି ଓ ମାତ୍ର ଗୋଟିଏ ଦିନ ବାକି ରହିଛି। ଉଭୟ ଦଳ ନିକଟରେ ଆଉ ଗୋଟିଏ ଲେଖାଏଁ ଇନିଂସ ବାକି ରହିଛି। ପିଚ୍‍ର ଗୋଟିଏ ପାର୍ଶ୍ୱ ଅତିରିକ୍ତ ବାଉନ୍ସ ଯୋଗାଉ ଥିବାରୁ ବ୍ୟାଟିଂ କଷ୍ଟକର ମନେ ହେଉଛି। ଭାରତ ଆଜି ଅସମାପ୍ତ…

Read More