Author: Samir Rout

୧୦୬ ଟେଷ୍ଟ ଖେଳି ନେଇଛନ୍ତି ୫୩୭ଟି ୱିକେଟ  ଅର୍ଜନ କରିଛନ୍ତି ୬ଶତକ ଓ ୧୪ ଅର୍ଦ୍ଧଶତକ ସହ ମୋଟ ୩୫୦୩ ରନ୍  ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ପିନର ବ୍ରିସବେନରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‍ ଶେଷ ହେବା ସହ ପ୍ରସିଦ୍ଧ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ୍‍ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ଦିନ ସେ ଭାରତ ଅଭିମୁଖେ ଯାତ୍ରା କରିବେ। ମ୍ୟାଚ ପର ସାମ୍ବାଦିକ ସମ୍ମିଳନୀରେ ଅଶ୍ୱିନ ଓ ଅଧିନାୟକ ରୋହିତ ଶର୍ମା ଏକତ୍ର ଯୋଗ ଦେଇଥିଲେ। ଅଶ୍ୱିନଙ୍କ ଉପସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା। କାରଣ ସେ ତୃତୀୟ ଟେଷ୍ଟ ଖେଳିନଥିଲେ। ତାଙ୍କୁ ଦେଖି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ତେବେ ଅଶ୍ୱିନ କ୍ଷଣକ ମଧ୍ୟରେ ଅବସର ପ୍ରସଙ୍ଗ ଖୋଲି ସମସ୍ତଙ୍କୁ ହତବାକ କରିଦେଇଥିଲେ। କହିଥିଲେ, ଅନ୍ତର୍ଜାତୀୟ କ୍ରିକେଟରେ ଆଜି ମୋର ଶେଷ ଦିନ। କ୍ରିକେଟରୁ ମୋର ଉତ୍ସାହ…

Read More