Author: Samir Rout

Royal Marriage: ୧୯୪୯ ମସିହାରେ ଅଷ୍ଟ୍ରେଲିଆର ଉତ୍ତରାଧିକାରୀ ଜୋଆନ୍ ଫାଲ୍କିନର ଜାତି, ଧର୍ମ, ସାମାଜିକ ନିୟମ ଓ ପାରିବାରିକ ବିରୋଧକୁ ଅଣଦେଖା କରି ପାଲନପୁରର ନବାବଙ୍କୁ ବିବାହ କରିଥିଲେ। ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କଠାରୁ ତିନି ଦଶନ୍ଧିରୁ ଅଧିକ ବଡ଼ ନବାବ ତାଲି ଖାନଙ୍କୁ ବିବାହ କରିଥିଲେ । ଇତିହାସରେ ଲିପିବଦ୍ଧ ବିରଳ ଏକ ପ୍ରେମକାହାଣୀ ୧୯୪୯ ମସିହାରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣର ଜଣେ ୨୪ ବର୍ଷୀୟ ଅଷ୍ଟ୍ରେଲୀୟ ଉତ୍ତରାଧିକାରୀ ଭାରତର ବର୍ତ୍ତମାନର ଗୁଜୁରାଟର ଏକ ଛୋଟ ରାଜ୍ୟ ପାଲନପୁରର ନବାବଙ୍କୁ ବିବାହ କରିବା ପାଇଁ ଭାରତ ଆସିଥିଲେ । ସେହି ନବାବଙ୍କ ନାମ ଥିଲା ତାଲି ମହମ୍ମଦ ଖାନ୍ ବାହାଦୁର (୧୮୮୩-୧୯୫୭)।  ସେତେବେଳେ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଅଷ୍ଟ୍ରେଲୀୟ ଉତ୍ତରାଧିକାରୀ ଜୋଆନଙ୍କ ଠାରୁ ସେ ଥିଲେ ୩୨ ବର୍ଷ ବଡ଼। ସେତେବେଳେ ପାଲନପୁର ବ୍ରିଟିଶ ରାଜର ପ୍ରଶାସନ ଅଧୀନରେ…

Read More