Author: Samir Rout

ICC Awards 2024 ଆଇସିସି ’ଶ୍ରଷ୍ଠ’ ବାର୍ଷିକ କ୍ରୀଡ଼ା ପୁରସ୍କାର ୨୦୨୪ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଆଇସିସି ବାର୍ଷିକ ପୁରସ୍କାର ପ୍ରଦାନ କରିବାକୁ ଯାଉଛି। ବର୍ଷର ଶ୍ରେଷ୍ଠ ପୁରୁଷ କ୍ରିକେଟର ଓ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ତାଲିକାରେ ଭାରତର ପ୍ରିମିୟର ପେସ ବୋଲର ଯଶପ୍ରୀତ ବୁମରା ସ୍ଥାନ ପାଇଛନ୍ତି। ସାର ଗ୍ୟାରୀ ଫିଲ୍ଡ ସୋବର୍ସ ଶ୍ରେଷ୍ଠ ଖେଳାଳି ପୁରସ୍କାର ତାଲିକାରେ ବୁମରାଙ୍କ ବ୍ୟତୀତ ଇଂଲଣ୍ଡର ଜୋ ରୁଟ୍‍ ଓ ହ୍ୟାରୀ ବ୍ରୁକ୍‍, ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ସ୍ଥାନ ପାଇଛନ୍ତି। ବୁମରା ଚଳିତ ବର୍ଷ ୧୩ଟି ଟେଷ୍ଟ ଖେଳି ସର୍ବାଧିକ ୭୧ଟି ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ୮ଟି ଟି-ଟ୍ୱେଣ୍ଟି ଖେଳି ସେ ୧୫ଟି ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କ ପ୍ରଦର୍ଶନ ବଳରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‍ ଚାମ୍ପିଅନ ହୋଇଥିଲା। ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରୁକ୍‍ ଚଳିତ ବର୍ଷ ୧୨ଟି ଟେଷ୍ଟ…

Read More