Author: Samir Rout

କାଲିଠୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ(ନୂଆ ବର୍ଷ) ଟେଷ୍ଟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲିଠଉ ପଞ୍ଚମ ଟେଷ୍ଟ ଆରମ୍ଭ ହେବ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ୍‍ ଖେଳାଯିବ। ଘରୋଇ ଅଷ୍ଟ୍ରେଲିଆ ଦଳ ୨-୧ରେ ସିରିଜ ଆଗୁଆ ରହିଛି। ଫଳରେ ଟ୍ରଫି ବଜାୟ ରଖିବା ପାଇଁ ହେଲେ ଭାରତକୁ ଏହି ଟେଷ୍ଟ ଜିତିବାକୁ ହେବ। ଖାଲି ସେତିକି ନୁହେଁ, ସିଡନୀରେ ବିଜୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‍ସିପ ଫାଇନାଲରେ ପହଞ୍ଚାଇ ପାରିବ। ସୂଚନାଯୋଗ୍ୟ ୨୦୧୪/୧୫ରୁ ବର୍ଡର-ଗାଭାସ୍କର ଟ୍ରଫି ଭାରତ ନିକଟରେ ରହିଛି।  ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଶୁକ୍ରବାର ଠାରୁ ଆରମ୍ଭ ହେବ। ଇତି ମଧ୍ୟରେ ଅଷ୍ଟ୍ରେଲଆ ଦଳ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି। ମେଲବର୍ଣ୍ଣରେ ଖେଳିଥିବା ଏକାଦଶରୁ କେବଳ ଜଣେ ଖେଳାଳି ବାଦ ପଡ଼ିଛନ୍ତି। ସେ ହେଉଛନ୍ତି ଅଲରାଉଣ୍ଡର ମିଚେଲ ମାର୍ଶ। ତାଙ୍କ ସ୍ଥାନରେ ବ୍ୟୁ ୱେବଷ୍ଟରଙ୍କୁ ଡ଼ାକରା…

Read More