Author: Samir Rout

ଓଡ଼ିଶାକୁ ଜିତାଇଲେ ବ୍ରୋଞ୍ଜ ପଦକ ଜାତୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କଲେ Gymnast Ritika: ବ୍ୟକ୍ତିଗତ ବର୍ଗରେ ଋତିକାଙ୍କ ପ୍ରଦର୍ଶନ ଚିତାକର୍ଷକ ରହିଥିଲା। ସେ ୩ଟି ବ୍ୟକ୍ତିଗତ ଇଭେଣ୍ଟରେ ଭାଗ ନେଇଥିଲେ। ଭଲ୍ଟ ବା ଭଲ୍ଟିଂ ଟେବୁଲରେ ସେ ପଞ୍ଚମ ସ୍ଥାନ ଅଧିକାର କରିଥିବାବେଳେ ବାଲାନ୍ସ ବିମରେ ଚତୁର୍ଥ ଓ ଫ୍ଲୋର ଏକ୍ସରସାଇଜରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଓଡ଼ିଶା ଦଳର ପଏଣ୍ଟ ୧୬୨.୮୦ରେ ପହଞ୍ଚି ପାରିଥିଲା।ଋତିକା ସମ୍ପ୍ରତି କଳିଙ୍ଗ ଷ୍ଟାଡ଼ଇୟମ ସ୍ଥିତ ହାଇପରଫର୍ମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଛନ୍ତି। ଓଡିଶାର ଉଦୀୟମାନ ଜିମ୍ନାଷ୍ଟ ଋତିକା ଦାସ ଗତ ମାସରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ଆର୍ଟିଷ୍ଟିକ ଚାମ୍ପିଅନସିପରେ ଦ୍‍ଦାର ପ୍ରଦର୍ଶନ କରି ଓଡିଶାକୁ ଦଳଗତ ବ୍ରୋଞ୍ଜ ପଦକ ଜିତାଇଛନ୍ତି। ସୁରଟରେ ଅନୁଷ୍ଠିତ ଜାତୀୟ ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିଅନସିପ(୨୦୨୪-୨୫)ରେ ଋତିକା ଦାସ ସିନିୟର୍ ବୟସ ବର୍ଗରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ…

Read More