Author: Samir Rout

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଭାରତର ଦୁର୍ବଳ ପ୍ରଦର୍ଶନରେ ରୋହିତ ବଳିବୋଦା ଶୁକ୍ରବାରଠାରୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟରୁ ଅଧିନାୟକ ରୋହିତ ଶର୍ମାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ। ଭାରତୀୟ ଦଳର ଏହି ସିନିୟର ଓପନରଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି। ଦଳଗତ ବିଫଳତା ପାଇଁ ଅଧନାୟକ ଦାୟି ରହିବା ନୂଆ କଥା ନୁହେଁ। ମାତ୍ର ସିରିଜର ଶଷ ମ୍ୟାଚ୍‍ରୁ ଅଧିନାୟକଙ୍କୁ ବାଦ ଦେବା ନିଷ୍ପତ୍ତି କେତେଦୂର ଯଥାର୍ଥ? ରୋହିତଙ୍କ ବୟସ ୩୭ ବର୍ଷ। ଭାରତ ଏବେବି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‍ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। ସିଡନୀରେ ଭାରତ ଜିତିଲେ ଓ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରଜରେ ଶ୍ରୀଲଙ୍କା ୨-୦ କିମ୍ବା ୧-୦ରେ ବିଜୟୀ ହେଲେ ଭାରତ ଫାଇନାଲରେ ପ୍ରବେଶ କରିପାରିବ। ସିଡନୀରେ ରୋହିତଙ୍କୁ ଖେଳାଇ ସମ୍ମାନର…

Read More