Author: Samir Rout

ଆକାଶ ଦୀପ ଆହତ, ଖେଳିବେନି ପଞ୍ଚମ ଟେଷ୍ଟ ସିଡନୀରେ ନୂଆ ବର୍ଷ ଟେଷ୍ଟ ଖେଳାଯିବ। ଏହ ହେବ ବର୍ଡର-ଗାଭସ୍କର ଟ୍ରଫି ଟେଷ୍ଟ ସିିରିଜର ଅନ୍ତିମ ଟେଷ୍ଟ।  ସବୁ ଟେଷ୍ଟ ପୂର୍ବରୁ ଏକାଦଶରେ କିଛି ନା କିଛି ପରିବର୍ତ୍ତନ କରୁଥିବା ଗୌତମ ଗମ୍ଭୀରଙ୍କ ଟିମ ମ୍ୟାନେଜମେଣ୍ଟ ଏଥର ବଡ ପରିବର୍ତ୍ତନ କରୁଥିବା ଅନୁମାନ କରାଯାଉଛି। ପ୍ରଥମ ଥର ପାଇଁ କୌଣସି ଦଳର ଅଧିନାୟକଙ୍କୁ ଏକାଦଶରୁ ବାଦ ଦେବାକୁ ଯୋଜନା କରାଯାଉଛି। ମାତ୍ର ପେସ ବୋଲର ଆକାଶଦୀପ ଆସନ୍ତା କାଲି ଖେଳୁନଥିବା ସ୍ଫଷ୍ଟ ହୋଇଛି। ସେ ସମ୍ପ୍ରତି ଆହତ ଅଛନ୍ତି। ମେଲବର୍ଣ୍ଣରେ ଅନୁଷ୍ଠିତ ବକ୍ସିଂ ଡେ’ ଟେଷ୍ଟ ବେଳେ ଆହତ ହୋଇଥିଲେ। ତାଙ୍କ ପିଠିରେ ଯନ୍ତ୍ରଣା ରହିଥିଲା। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରଜର ପଞ୍ଚମ ଟେଷ୍ଟରୁ ପେସ ବୋଲର ଆକାଶ ଦୀପ ବାଦ ପଡି଼ଛନ୍ତି। ସେ ସମ୍ପ୍ରତି ଆହତ ସମସ୍ୟା ଦେଇ…

Read More