Author: Samir Rout

ବର୍ଡର-ଗାଭାସ୍କର ଟ୍ରଫି: ଡ୍ରେସିଂ ରୁମର ଗୁମର କଥା କୋହଲିଙ୍କ ଭଳି ଅଧିନାୟକ ଚାହୁଁଥିଲେ ଗମ୍ଭୀର ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଦୟନୀୟ ପ୍ରଦର୍ଶନଠୁ ବଳି ଯାଇଛି ଦଳ କନ୍ଦଳ। ପଞ୍ଚମ ଟେଷ୍ଟରୁ ଅଧିନାୟ ରୋହିତ ଶର୍ମାଙ୍କୁ ବାଦ ଦିଆଯାଇଛି ଓ ଯଶପ୍ରୀତ ବୁମରା ନେଉଛନ୍ତି ନେତୃତ୍ୱ। ଆଡିଲେଡ ଓ ମେଲବର୍ଣ୍ଣ ଭଳି ସମଦଶା ଭୋଗିଛି ଭାରତୀୟ ଦଳ। ପ୍ରଥମ ଇନିଂସରେ ମାତ୍ର ୧୮୫ ରନ୍ କରି ଅଲ୍‍ ଆଉଟ୍‍ ହୋଇଯାଇଛି। ରୋହିତଙ୍କ ଭଳି ଦଳର ଅନ୍ୟ ସବୁ ଖେଳାଳି ମଧ୍ୟ ବିଫଳ ହେଉଛନ୍ତି। ଦଳଗତ ବିଫଳତାକୁ ନେଇ ରୋହିତଙ୍କୁ ଏକମାତ୍ର ଦୋଷୀ ଭାବେ ବିବେଚନା କରାଯିବା ଓ ଦଳର ସନ୍ତୁଳନକୁ ଉନ୍ନତ କରିବାକୁ ଯାଇ ଜଣେ ଅଧିନାୟକଙ୍କୁ ଏକାଦଶରୁ ବାଦ ଦେବାର ନିଷ୍ପତ୍ତି କେତେଦୂର ଠିକ୍‍? ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରିଥିଲା। ରୋହିତ ଉକ୍ତ ଟେଷ୍ଟ ଖେଳିନଥିଲେ। ବୁମରା ନେତୃତ୍ୱ ନେଇଥିଲେ।…

Read More