Author: Samir Rout

ସବୁ ଆଲୋଚନା, ପର୍ଯ୍ୟାଲୋଚନାର ଅନ୍ତ ଘଟାଇଲେ ମୁଁ ଏତେ ଦୂରରୁ ଏଠାକୁ ଆସିଛି, କେବଳ ଖେଳିବା ପାଇଁ ଓ ମୋ ଦଳକୁ ଜିତାଇବା ପାଇଁ। ମୁଁ ବାହାରେ ବସିବାକୁ ଆସିନାହିଁ। ମୁଁ ବି ମ୍ୟାଚ୍‍ ଖେଳିବାକୁ ଚାହୁଁଛି, ଦଳକୁ ଜିତାଇବାକୁ ଚାହୁଁଛି। ୨୦୦୭ରେ ଯେତେବେଳେ ମୁଁ ପ୍ରଥମ କରି ଡ୍ରସିଂ ରୁମ୍‍କୁ ଆସିଥିଲି, ସେବେଠୁ ଆଜି ପର୍ଯ୍ୟନ୍ତ କେବଳ ଗୋଟିଏ ଲକ୍ଷ୍ୟ ରହିଛି, ମୋ ଦଳକୁ ମ୍ୟାଚ ଜିତାଇବି। ଚଳିତ ବର୍ଡ-ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟରୁ ରୋହିତ ଶର୍ମାଙ୍କୁ ବାଦ ଦିଆଯିବା ପରେ ତାଙ୍କ ଅବସରକୁ ନେଇ ଆଶଙ୍କା କରାଯାଉଥିଲା। ଗତ କିଛି ଦିନ ରୋହିତ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଥିଲା କଷ୍ଟକର ସମୟ। ଆଡିଲେଡ, ବ୍ରିସବେନ ଓ ମେଲବର୍ଣ୍ଣ ଟେଷ୍ଟରେ ରୋହିତ ବିଫଳ ହୋଇଥିଲେ। ତାଙ୍କୁ ଦଳରୁ ବାଦ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ସିଡନୀରେ ଖେଳାଯାଉଥିବା ନୂଆ ବର୍ଷ ଟେଷ୍ଟ ପୂର୍ବରୁ ଡ୍ରେସିଂ ରୁମ…

Read More