Author: NAZMEEN PARWEEN

ରାଜନୀତିରେ କେହି ଚିରସ୍ଥାୟୀ ଶତ୍ରୁ ନୁହନ୍ତି କି କେହି ଚିରସ୍ଥାୟୀ ମିତ୍ର ନୁହନ୍ତି – ଏହି ପୁରୁଣା ଆପ୍ତବାକ୍ୟ ଏବେ ଓଡ଼ିଶା ରାଜନୀତିର ପରିଭାଷା ପାଲଟିବାକୁ ଯାଉଛି। ଯେଉଁ କଂଗ୍ରେସର “କୁଶାସନ” ଏବଂ “ଦୁର୍ନୀତି” ବିରୋଧରେ ଲଢ଼ିବା ପାଇଁ ୧୯୯୭ ମସିହାରେ ବିଜୁ ଜନତା ଦଳ (ବିଜେଡି)ର ଜନ୍ମ ହୋଇଥିଲା, ଯାହାର ମୂଳ ଲକ୍ଷ୍ୟ ଥିଲା କଂଗ୍ରେସକୁ ଓଡ଼ିଶାର ରାଜନୀତିରୁ ମୂଳୋତ୍ପାଟନ କରିବା—ସେହି ଦଳ ଆଜି କଂଗ୍ରେସ ସହ ମିଳିତ ଭାବରେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚାରେ ଆସିଛି। ଆଜି ସେହି ଦଳ ସହ ହାତ ମିଳାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅତୀତର ତିକ୍ତ ଅନୁଭୂତିକୁ ଭୁଲି ଏବେ ‘ବିଜେପି’ ନାମକ ସାଧାରଣ ଶତ୍ରୁକୁ ରୋକିବା ପାଇଁ ଏକ ନୂତନ ରାଜନୈତିକ ରସାୟନ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏହା କେବଳ ଏକ ରାଜନୈତିକ ପ୍ରସ୍ତାବ ନୁହେଁ—ଏହା ହେଉଛି ଇତିହାସ, ଆଦର୍ଶ ଓ ବର୍ତ୍ତମାନର ଆବଶ୍ୟକତା…

Read More