Author: NAZMEEN PARWEEN

ଭାରତୀୟ ରାଜନୀତିର ପେଣ୍ଠସ୍ଥଳ କୁହାଯାଉଥିବା ପଶ୍ଚିମବଙ୍ଗ ଏବେ ଏକ ବଡ଼ ଧରଣର ବୈଚାରିକ ସଂଘର୍ଷର ସାମ୍ନା କରୁଛି। ଗୋଟିଏ ପଟେ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀଙ୍କ ‘ବଙ୍ଗଳା ନିଜର ଝିଅକୁ ଚାହେଁ’ ନାରା, ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ‘ହିନ୍ଦୁତ୍ୱ ଓ ସୁଶାସନ’ର ଦାବି। ଏହି ଦୁଇ ବିପରୀତମୁଖୀ ଚିନ୍ତାଧାରା ମଧ୍ୟରେ ଏବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଶାଣିତ ମନ୍ତବ୍ୟ ବଙ୍ଗଳା ରାଜନୀତିରେ ନୂଆ ନିଆଁ ଲଗାଇଛି। ମମତାଙ୍କ ‘ମାଟିର ଝିଅ’ ଭାବମୂର୍ତ୍ତି ଓ କଲ୍ୟାଣକାରୀ ଶାସନ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ପଶ୍ଚିମବଙ୍ଗର ଶାସନ ଗାଦିରେ ବସିଥିବା ମମତା ବାନାର୍ଜୀ ନିଜକୁ ସର୍ବଦା ଜଣେ ସାଧାରଣ ଓ ଗରିବ ଦରଦୀ ନେତ୍ରୀ ଭାବେ ଉପସ୍ଥାପନ କରିଛନ୍ତି। ‘ମା, ମାଟି, ମାନୁଷ’ର ଭାଷଣ ଦେଇ ସେ ବଙ୍ଗଳାର ପ୍ରତିଟି କୋଣରେ ନିଜର ପତିଆରା ଜାହିର କରିଛନ୍ତି। ‘ଲକ୍ଷ୍ମୀର ଭଣ୍ଡାର’ଠାରୁ ଆରମ୍ଭ କରି ‘କନ୍ୟାଶ୍ରୀ’…

Read More