Author: NAZMEEN PARWEEN

ଆଜି ଆମେ ବିଶ୍ୱ ରାଜନୀତିର ଏକ ଏମିତି ଦିଗ ବିଷୟରେ କଥା ହେବା, ଯାହା ଆଗାମୀ ଦିନରେ ମଧ୍ୟପ୍ରାଚ୍ୟର ମାନଚିତ୍ର ବଦଳାଇ ଦେଇପାରେ। ଜେରୁଜେଲମ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ତୁର୍କୀର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ ଏବେ ଇସ୍ରାଏଲ ପାଇଁ ସବୁଠାରୁ ବଡ଼ ଶତ୍ରୁ ଭାବେ ଉଭା ହୋଇଛନ୍ତି। ବିଶେଷଜ୍ଞ ବେନ୍ ମେନାଚେମ୍ ଦାବି କରିଛନ୍ତି ଯେ ‘ତୁର୍କୀ ହେଉଛି ନୂତନ ଇରାନ’। କାହିଁକି ଏର୍ଦୋଗାନଙ୍କୁ ଇରାନ ଠାରୁ ବି ବିପଜ୍ଜନକ ବୋଲି କୁହାଯାଉଛି? କ’ଣ ରହିଛି ତାଙ୍କର ‘ଖଲିଫା’ ହେବାର ସ୍ୱପ୍ନ?  ମଧ୍ୟପ୍ରାଚ୍ୟର ରାଜନୀତି ଏବେ ଏକ ଜଟିଳ ଛକ ଉପରେ ଛିଡ଼ା ହୋଇଛି। ଗୋଟିଏ ପଟେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧର ବାଦଲ ଘୂରି ବୁଲୁଥିବାବେଳେ, ଅନ୍ୟପଟେ ଏକ ନୂତନ ଏବଂ ଅଧିକ ଶକ୍ତିଶାଳୀ ରଣନୈତିକ ବିପଦ ଇସ୍ରାଏଲ ଆଗରେ ଉଭା ହେଉଛି। ସେହି ବିପଦର ନାମ ହେଉଛି ‘ତୁର୍କୀ’। ବିଶେଷଜ୍ଞଙ୍କ ମତରେ, ତୁର୍କୀ…

Read More