Author: NAZMEEN PARWEEN

ଓଡ଼ିଶାର ରାଜନୀତି ଓ ସହରାଞ୍ଚଳର ବିକାଶର ମଝିରେ ଏବେ ଏକ ନୂଆ ତର୍କ ଜନ୍ମ ନେଇଛି; ତାହା ହେଲା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ। ଏହି ମେଟ୍ରୋ ପ୍ରକଳ୍ପକୁ ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଅନାବଶ୍ୟକ’ ଓ ‘ଅର୍ଥନୈତିକ ଦୃଷ୍ଟିକୋଣରୁ ଅସମ୍ଭବ’ ବୋଲି କହି ବାତିଲ କରିଦେଇଥିଲେ। ଏବେ ସେହି ପ୍ରସଙ୍ଗ ସରକାରଙ୍କ ପାଇଁ ବୁମେରାଂ ସଦୃଶ ହୋଇଛି। ଏହି ବିଷୟକୁ ନେଇ ରାଜନୀତିରେ ଗରମାଗରମ ପରିସ୍ଥିତି ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ, ବିରୋଧୀଙ୍କ ଅପେକ୍ଷା ଶାସକ ଦଳର ସଦସ୍ୟମାନେ ସରକାରଙ୍କ ପଦକ୍ଷେପକୁ ପରୋକ୍ଷରେ ଭୁଲ ବୋଲି କହିବା ଆରମ୍ଭ କରିଛନ୍ତି। ସରକାରରେ ପ୍ରଭାବଶାଳୀ ନେତା ତଥା ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନ ଓ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନ୍ତବ୍ୟ ଏହି ପ୍ରସଙ୍ଗରେ ନିଆଁରେ ଘିଅ ଢାଳିବା ଭଳି କାମ କରିଛି। ବିରୋଧୀ ଦଳର ଆକ୍ରମଣ ଏବଂ ଜନସାଧାରଣଙ୍କ ଅସନ୍ତୋଷ ସବୁକିଛି ଏକାଠି ହୋଇ…

Read More