ସାମ୍ପ୍ରତିକ ବର୍ଷଗୁଡ଼ିକରେ ବାଳିକା ଶିକ୍ଷାରେ ସ୍ପଷ୍ଟ ପ୍ରଗତି ହାସଲ କରିଛି ଓଡ଼ିଶା। କିନ୍ତୁ ରାଜ୍ୟର ଲିଙ୍ଗଗତ ପାର୍ଥକ୍ୟକୁ ପୂରଣ କରିବା ଏବଂ ଯୁବତୀମାନଙ୍କୁ ସଶକ୍ତିକରଣ ପାଇଁ ନିରନ୍ତର ଚେଷ୍ଟା କରିବା ଏକ ବଡ଼ ଚ୍ୟାଲେଞ୍ଜ ଭଳି ଠିଆ ହୋଇଛି।

ଝିଅମାନଙ୍କର ନାମଲେଖା ସ୍ତର ବଢ଼ିଥିଲେ ମଧ୍ୟ ସାମନ୍ତର ଭାବେ ବଢ଼ୁଛି ଛାଡ଼ପତ୍ରର ହାର। ଗତ କିଛି ବର୍ଷ ମଧ୍ୟରେ, ଓଡ଼ିଶାରେ ମାଧ୍ୟମିକ ସ୍ତରରେ ବାଳିକାମାନଙ୍କ ସ୍କୁଲ ନାମଲେଖାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ବାଳିକାମାନଙ୍କର ମୋଟ ନାମଲେଖା ଅନୁପାତ ୨୦୨୨-୨୩ ରେ ୮୦.୮% ଠାରୁ ୨୦୨୪-୨୫ରେ ୮୫% କୁ ବୃଦ୍ଧି ପାଇଛି, ଯାହା ପୂର୍ବଥରର ରେକର୍ଡ ଭାଙ୍ଗିଛି।

ବିଶେଷଜ୍ଞମାନେ ଏହି ଉପରମୁହାଁ ଗ୍ରାଫ୍ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟଭିତ୍ତିକ ପଦକ୍ଷେପ; ଯେପରିକି ଛାତ୍ରବୃତ୍ତି, ଆଦିବାସୀ ଝିଅମାନଙ୍କ ପାଇଁ ମାଗଣା ସାଇକେଲ, ହଷ୍ଟେଲ ସହାୟତା ପ୍ରଦାନ, ଝିଅମାନଙ୍କ ଶିକ୍ଷାକୁ ପ୍ରାଥମିକ ଗୁରୁତ୍ୱ ପାଇଁ ଅଭିଭାବକଙ୍କ ସଚେତନତାରେ ବ୍ୟାପକ ବୃଦ୍ଧିକୁ ଦାୟୀ କରିଛନ୍ତି।
/odishatv/media/media_files/2026/02/18/gemini_edited_2x_plus-ii-colleges-separated-in-odisha-board-exam-in-first-year-2026-02-18-08-49-45.jpeg)
ତଥାପି, ଯଦିଓ ଅଧିକ ଝିଅ ସ୍କୁଲରେ ପ୍ରବେଶ କରୁଛନ୍ତି, ଏହାପରେ ଅଧାରୁ ପାଠପଢ଼ା ଛାଡିବା ହାର ଚିନ୍ତାର ବିଷୟ ପାଲଟିଛି। ସାମ୍ପ୍ରତିକ ପରିସଂଖ୍ୟାନ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାର ଝିଅମାନଙ୍କ ପାଠପଢ଼ା ଛାଡ଼ିବା ହାର ୧୨.୬%କୁ ବୃଦ୍ଧି ପାଇଥିବାବେଳେ ଏହା ଜାତୀୟ ହାର ୯.୬%ଠାରୁ ଯଥେଷ୍ଟ ଅଧିକ ରହିଛି । ଏହାର କାରଣ ହେଉଛି ଋତୁକାଳୀନ ପ୍ରବାସ, ବାଲ୍ୟ ବିବାହ ଏବଂ ଝିଅଙ୍କ ମୁଣ୍ଡରେ ଘରୋଇ ଦାୟିତ୍ୱ, ଯାହା ସୂଚାଉଚି ଚିନ୍ତାଧାରାରେ ପରିବର୍ତ୍ତନ ଓ ଝିଅଙ୍କ ସ୍ୱାବଲୟମ୍ବୀ ହେବାର ନିରନ୍ତର ପ୍ରୟାସ ବିନା ନାମଲେଖାର କୌଣସି ମୂଲ୍ୟ ନାହିଁ।

ଏହି ଚ୍ୟାଲେଞ୍ଜ ସତ୍ତ୍ୱେ ବି ରାଜ୍ୟର ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାରେ, ଝିଅମାନେ ଆଗୁଆ ରହୁଛନ୍ତି। ପ୍ରାୟ ସମସ୍ତ ଷ୍ଟ୍ରିମ୍ରେ ପୁଅମାନଙ୍କୁ ପଛରେ ପକାଇ ପାସ୍ ହାର ଅଧିକ ସଂଖ୍ୟକ ରହିଛନ୍ତି ଝିଅ। ତେବେ ପାଖାପାଖି ୯୦% ଝିଅଙ୍କ ଆଗୁଆ ତାଲିକା ଦର୍ଶାଉଛି ଯେ ସରକାରଙ୍କ ବାଦ୍ ପାରିବାରିକ ପ୍ରୋତ୍ସାହନ ମିଳିଲେ ବହୁତ ଜଲ୍ଦି ଏହି ଲିଙ୍ଗଗତ ପାର୍ଥକ୍ୟ ରାଜ୍ୟର ହଟିଯିବ।
also read : https://purvapaksa.com/swiggy-co-founder-nandan-reddy-stepped-down-what-was-the-main-reason/


