Author: NAZMEEN PARWEEN

ଭାରତର ଦୀର୍ଘ ପରିସରର ମିସାଇଲ୍ କ୍ଷମତାକୁ ନେଇ ଇସ୍ଲାମାବାଦରେ ଚିନ୍ତା ବଢ଼ିଲା ଭାରତର ସମ୍ଭାବ୍ୟ ଅତ୍ୟାଧୁନିକ ବାଲିଷ୍ଟିକ୍ ମିସାଇଲ୍ “ଅଗ୍ନି-୬” କୁ ନେଇ ପାକିସ୍ତାନରେ ଭୟ ଓ ଚର୍ଚ୍ଚା ତୀବ୍ର ହୋଇଯାଇଛି। ପାକିସ୍ତାନୀ ବିଶ୍ଳେଷକ ଏବଂ କିଛି ରକ୍ଷା ବିଶେଷଜ୍ଞ ଏହାକୁ “ଗ୍ଲୋବାଲ୍ ସିକ୍ୟୁରିଟି ଥ୍ରେଟ୍” ବୋଲି ବର୍ଣ୍ଣନା କରୁଥିବା ବେଳେ, ଭାରତୀୟ ପକ୍ଷ ଏହାକୁ ଦେଶର ସୁରକ୍ଷା ଓ ରଣନୀତିକ ସନ୍ତୁଳନ ପାଇଁ ଆବଶ୍ୟକ ପଦକ୍ଷେପ ବୋଲି ଦେଖୁଛି। ପାକିସ୍ତାନୀ ମୂଳ ନିବାସୀ ଏବଂ ଗ୍ଲାସଗୋ ବିଶ୍ୱବିଦ୍ୟାଳୟ ସହ ସଂପୃକ୍ତ ପ୍ରଫେସର ଡ଼. ଜଫର୍ ଖାନ୍ ନିଜ ମତାମତରେ କହିଛନ୍ତି ଯେ, ଅଗ୍ନି-୬ ଭଳି ଦୀର୍ଘ ପରିସରର ମିସାଇଲ୍ ବିଶ୍ୱ ସୁରକ୍ଷା ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ସେମାନଙ୍କ ମତରେ, ଏହି ପ୍ରକାରର କ୍ଷମତା ଦକ୍ଷିଣ ଏସିଆରେ ଅସ୍ତ୍ର ପ୍ରତିଯୋଗିତାକୁ ଆହୁରି ତୀବ୍ର କରିପାରେ। କଣ ହେଉଛି ଅଗ୍ନି-୬? “ଅଗ୍ନି” ଶୃଙ୍ଖଳା ଭାରତର ଦୀର୍ଘ ପରିସରର ବାଲିଷ୍ଟିକ୍ ମିସାଇଲ୍…

Read More