Author: NAZMEEN PARWEEN

ଏମିତି ଏକ ପ୍ରସଙ୍ଗ, ଯାହା ଶୁଣିଲେ ହୁଏତ ଆପଣଙ୍କ ମୁଣ୍ଡ ତଳକୁ ହୋଇଯାଇପାରେ। ଜଣେ ଓଡ଼ିଆ ହିସାବରେ, ଜଣେ ସଚେତନ ନାଗରିକ ହିସାବରେ ଆଜିର ଏହି ଖବର ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ। ଆପଣ ସମସ୍ତେ ଜାଣନ୍ତି, ଭାରତୀୟ ଗଣତନ୍ତ୍ରର ପ୍ରାଣକେନ୍ଦ୍ର ହେଉଛି ଆମର ପବିତ୍ର ସଂସଦ। ଆଉ ଏହି ଅନୁଷ୍ଠାନରେ, ଏହି ସର୍ବୋଚ୍ଚ ଗୃହରେ ଯାହାର ଯେତେ ସଂଖ୍ୟା ଥାଏ, ଯାହାର ସ୍ୱର ଯେତେ ବଡ଼ ଓ ଶାଣିତ ହୋଇଥାଏ, ସେହି ରାଜ୍ୟ ସେତିକି ଚର୍ଚ୍ଚିତ ହୁଏ। କେବଳ ଚର୍ଚ୍ଚିତ ହୁଏ ନାହିଁ, ବରଂ ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟର ଏବଂ ସେହି ରାଜ୍ୟର ସାଧାରଣ ଜନତା ସେତିକି ଅଧିକ ଫାଇଦାରେ ରହିଥାନ୍ତି। ଆମେ ସମସ୍ତେ ବଡ଼ ଗର୍ବର ସହ, ବଡ଼ ଆଶା ନେଇ ଆମ ପ୍ରତିନିଧିମାନଙ୍କୁ ଦିଲ୍ଲୀ ପଠାଉ। କାହିଁକି ପଠାଉ? ଯେପରି ସେମାନେ ସଂସଦ ଗୃହ ଭିତରେ ଓଡ଼ିଶାର ହକ୍‍ର ଲଢ଼େଇ କରିବେ, ଓଡ଼ିଶାର ସମସ୍ୟାକୁ…

Read More