Author: NAZMEEN PARWEEN
Congress leadership: Rahul out, Priyanka in! II କଂଗ୍ରେସ ନେତୃତ୍ୱ ରାହୁଲ ଆଉଟ୍, ପ୍ରିୟଙ୍କା ଇନ୍!
ଭାରତୀୟ ରାଜନୀତିରେ ଯେଉଁଭଳି ନାଟକୀୟ, ଚାଞ୍ଚଲ୍ୟକର ଏବଂ ଦୂରଗାମୀ ପ୍ରଭାବ ପକାଇବା ଭଳି ଘଟଣକ୍ରମମାନ ଘଟିବାରେ ଲାଗିଛି, ତାହା ଆଗାମୀ ଦିନରେ ଦେଶର ରାଜନୈତିକ ଦିଗକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେଇପାରେ। ଏବେ ଭାରତୀୟ ଜାତୀୟ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ଭାଗ୍ୟ ଓ ଭବିଷ୍ୟତକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହିଁକି ହଠାତ୍ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ସିଧାସିଧା ମୋର୍ଚ୍ଚା ସମ୍ଭାଳିବାକୁ ପଡ଼ିଲା? କଂଗ୍ରେସ କ’ଣ ସତରେ ରାହୁଲ ଗାନ୍ଧୀଙ୍କୁ ରାଜନୈତିକ ଭାବେ ଫେଲ୍ ବୋଲି ଆଭ୍ୟନ୍ତରୀଣ ଭାବେ ସ୍ୱୀକାର କରିସାରିଲାଣି? ସୋନିଆ ଗାନ୍ଧୀଙ୍କ ଇନ୍ଷ୍ଟାଗ୍ରାମ ଡେବ୍ୟୁ ଏବଂ ସେହି ପ୍ରଥମ ଭିଡିଓରେ ଦଳର ମୁଖ୍ୟ ଚେହେରା କୁହାଯାଉଥିବା ରାହୁଲ ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ଅନୁପସ୍ଥିତି କେଉଁ ବିରାଟ ରାଜନୈତିକ ଇଙ୍ଗିତ ଦେଉଛି? ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ପୁତ୍ର ତଥା ଗାନ୍ଧୀ-ଭଦ୍ରା ପରିବାରର ତୃତୀୟ ପିଢ଼ିର ପ୍ରତିନିଧି ରେହାନ୍ ଭଦ୍ରାଙ୍କୁ କଂଗ୍ରେସର ନୂଆ ଜେନ୍-ଜି ଲିଡ଼ର…
