Author: NAZMEEN PARWEEN

ଗଲୱାନ୍ ଓ ଡୋକଲାମର ମାଷ୍ଟରମାଇଣ୍ଡ୍ ଜେନେରାଲ୍‌ଙ୍କୁ ହଟାଇଲେ ସି. ଜିନପିଙ୍ଗ୍! ଗଲୱାନ୍ ଘାଟିରେ ଭାରତୀୟ ସେନା ସହିତ ରକ୍ତାକ୍ତ ସଂଘର୍ଷର ଯୋଜନା କରିଥିବା ଏବଂ ଡୋକଲାମ୍ ବିବାଦ ପଛରେ ଥିବା ଚୀନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର— ଜେନେରାଲ୍ ଝାଓ ଜୋଙ୍ଗକି ହଠାତ୍ କେଉଁଆଡ଼େ ଗାଏବ ହୋଇଗଲେ? କେବଳ ଝାଓ ଜୋଙ୍ଗକି ନୁହଁନ୍ତି, ଚୀନ୍ ସେନାର ୫୨ ପ୍ରତିଶତ ବରିଷ୍ଠ ଜେନେରାଲ୍ ଏବଂ ଟପ୍ ମିଲିଟାରୀ ଅଫିସରମାନଙ୍କୁସି ଜିନପିଙ୍ଗ୍ ହୁଏତ ବରଖାସ୍ତ କରିଛନ୍ତି ନଚେତ୍ ସେମାନଙ୍କୁ ଜେଲ୍ ପଛକୁ ପଠାଇ ଦେଇଛନ୍ତି। କାହିଁକି ଚୀନ୍ ସେନାରେ ଏତେବଡ଼ ଧରପଗଡ଼ ଚାଲିଛି? କାହିଁକି ସି ଜିନପିଙ୍ଗ୍ ନିଜର ସବୁଠାରୁ ବିଶ୍ୱସ୍ତ ଜେନେରାଲ୍‌ମାନଙ୍କୁ ଗୋଟିଏ ପରେ ଗୋଟିଏ ରାସ୍ତାରୁ ହଟାଉଛନ୍ତି? ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା— ଚୀନର ସୁପରସୋନିକ୍ ମିସାଇଲ୍‌ରେ ଇନ୍ଧନ ବଦଳରେ ପାଣି ଭର୍ତ୍ତି ହେବାର ସତ୍ୟତା କ’ଣ? ଆସନ୍ତୁ ଆଜିର ଏହି ବିଶ୍ଳେଷଣରେ ଖୋଲିବା ଚୀନ୍ ସେନା ଭିତରେ ଚାଲିଥିବା ଭୟଙ୍କର ଅସ୍ଥିରତା…

Read More