Author: NAZMEEN PARWEEN

ଆମ ସମାଜରେ କିମ୍ବା ପରିବାରରେ ଏମିତି ଜଣେ ବ୍ୟକ୍ତି ଥାଏ, ଯାହାର ନିଜର କୌଣସି ସ୍ୱର ନ ଥାଏ, ନିଜର କୌଣସି ମତାମତ ନ ଥାଏ। ସେ କେବଳ ଅନ୍ୟର ଇସାରାରେ ନାଚେ। ମାଲିକ କହିଲେ ଚା’ ଆଣିବ, ମାଲିକ କହିଲେ ଦୌଡ଼ିବ, କିନ୍ତୁ କାହିଁକି ଦୌଡ଼ୁଛି ତା’ର ଉତ୍ତର ତା’ ପାଖରେ ନ ଥାଏ। ଆଜି ବିଶ୍ୱ ରାଜନୀତିରେ ପାକିସ୍ତାନର ଅବସ୍ଥା ଠିକ୍ ସେମିତି ହୋଇଛି। ଯେତେବେଳେ ଆମେରିକା କହିଲା, ପାକିସ୍ତାନ ଦୌଡ଼ିଲା। ଯେତେବେଳେ ଆମେରିକା ଇରାନ ସହ ଯୁଦ୍ଧରେ ଫସିଗଲା, ସେତେବେଳେ ପାକିସ୍ତାନକୁ ଜଣେ ‘ମଧ୍ୟସ୍ଥି’ ଭାବରେ ବ୍ୟବହାର କଲା। କିନ୍ତୁ ପ୍ରଶ୍ନ ଉଠୁଛି, ପାକିସ୍ତାନ ପ୍ରକୃତରେ ଜଣେ ମଧ୍ୟସ୍ଥି (Mediator) ନା କେବଳ ଜଣେ ଚିଠି ପହଞ୍ଚାଉଥିବା ବାହକ (Messenger)? ଯୁଦ୍ଧର ବାସ୍ତବତା: ଆମେରିକା କ’ଣ ହରାଇଲା? ଫେବୃଆରୀ ୨୮, ୨୦୨୬। ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କଲେ। ନାମ ଦିଆଗଲା…

Read More