Author: NAZMEEN PARWEEN

ଯେତେବେଳେ କୌଣସି ରାଜନୈତିକ ଦଳ କ୍ଷତାକ୍ତ ହୁଏ, ନିର୍ବାଚନରେ ହାରିଯାଏ, ସେତେବେଳେ ସାଧାରଣତଃ ଦେଖାଯାଏ ଯେ ସେହି ଦଳର ଆର୍ଥିକ ସ୍ଥିତି ବା ପାଣ୍ଠି ଦୁର୍ବଳ ହୋଇଯାଏ। କାରଣ ଦଳକୁ ମିଳୁଥିବା ଚାନ୍ଦା କିମ୍ବା ଡୋନେସନ୍ କମିଯାଏ। କିନ୍ତୁ ବିଜେଡିକୁ ନେଇ ସାମ୍ନାକୁ ଆସିଥିବା ସଦ୍ୟତମ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ଦଳକୁ ଚଳିତ ଆର୍ଥିକ ବର୍ଷରେ ସିଧାସଳଖ ଟଙ୍କାଟିଏ ମଧ୍ୟ ଚାନ୍ଦା ବା ଡୋନେସନ୍ ମିଳିନାହିଁ— ଅର୍ଥାତ୍ ଡୋନେସନ୍ ପରିମାଣ ସମ୍ପୂର୍ଣ୍ଣ ଶୂନ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ୟାଙ୍କ୍ ଜମା ଉପରେ ମିଳୁଥିବା ସୁଧ ଏବଂ ପୂର୍ବରୁ ସଂଗୃହୀତ ବିଶାଳ ପାଣ୍ଠି ବଳରେ ବିଜେଡିର ମୋଟ ପାଣ୍ଠି ବୃଦ୍ଧି ପାଇ ୭୩୬ କୋଟି ଟଙ୍କାରୁ ଅଧିକ ହୋଇଯାଇଛି! ତେବେ କ୍ଷମତା ହରାଇବା ପରେ ବିଜେଡିକୁ କାହିଁକି କେହି ଚାନ୍ଦା ଦେଲେ ନାହିଁ? ଏହି ୭୩୬ କୋଟି ଟଙ୍କାର ଅଙ୍କ କିପରି ଛିଡ଼ିଲା?…

Read More