Author: Sarasinee Subudhi

ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀଙ୍କ ଦୁଃଖଦ ମୃତ୍ୟୁ ଉପରେ ବଢ଼ୁଥିବା ଜନସାଧାରଣଙ୍କ କ୍ରୋଧ ଏବଂ ରାଜନୈତିକ ପ୍ରତିକ୍ରିୟା ମଧ୍ୟରେ, ତାଙ୍କ ଶୋକସନ୍ତପ୍ତ ପିତା ବଳରାମ ବିଶି ଏକ ଭାବପ୍ରବଣ ନିବେଦନ କରିଛନ୍ତି, ତାଙ୍କ ଝିଅର ମୃତ୍ୟୁକୁ ରାଜନୀତିକରଣ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ହାତ ଯୋଡ଼ି କାନ୍ଦି କାନ୍ଦି ସେ କହିଥିଲେ, “ମୋ ଝିଅ ଚାଲିଗଲା। ଦୟାକରି ତା’ ନାମରେ ରାଜନୀତି କରନ୍ତୁ ନାହିଁ। ସରକାର ଏହି ଘଟଣା ପ୍ରତି ସମ୍ବେଦନଶୀଳ ହୋଇଛି ଏବଂ ପରିବାରର କିଛି ଦାବି ପୂରଣ କରି ପ୍ରତିକ୍ରିୟା ଦେଇଛି, ବାକି ଦାବିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଛି।” ଏହାପରେ ବି ରାଜନୈତିକ ଦଳଗୁଡ଼ିକ ନିଜର ପ୍ରଚାର ପ୍ରସାର ପାଇଁ ଏବେ ମୋହନ ସରକାର ଉପରେ ଦାଉ ସାଧିବା ପାଇଁ ଲାଗି ପଡ଼ିଛନ୍ତି। ସୌମ୍ୟଶ୍ରୀଙ୍କ ଦୁଃଖଦ ମୃତ୍ୟୁରେ ଯଦି କାହାର ସର୍ବାଧିକ କ୍ଷତି ହୋଇଛି ସେ ହେଲା ବିଜେପିର ମୋହନ…

Read More