Author: Sarasinee Subudhi

ଇସ୍ରାଏଲ ଏବେ ସିରିଆ ସହିତ ଯୁଦ୍ଧ ଆରମ୍ଭ କରିଛି, କିନ୍ତୁ ଆପଣ ଜାଣିଛନ୍ତି କି ଏହି ଯୁଦ୍ଧର ପ୍ରକୃତ କାରଣ ହେଉଛି ଜଣେ ପରିବା ବିକ୍ରେତାଙ୍କ ସହ ଘଟିଥିବା ଚୋରିର ଘଟଣା। ଏହି ଚୋରି ଘଟଣା ହେତୁ ସିରିଆର ଦକ୍ଷିଣ ଅଞ୍ଚଳରେ ପ୍ରାୟ ୩୦୦ ଲୋକଙ୍କ ଜୀବନ ଯାଇଛି। ଅନେକ ଲୋକ ଏବେ ମଧ୍ୟ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ବ୍ରିଟେନର ଟେଲିଗ୍ରାଫ ଅନୁଯାୟୀ, ପନିପରିବା ବିକ୍ରେତାଙ୍କ ସହ ଚୋରି ଓ ମାରପିଟର ଏହି ଘଟଣା ଦୁଇଟି ଦେଶକୁ ଯୁଦ୍ଧର ମୁହାଁମୁହିଁ କରାଇଛି। ଯଦି ଶାନ୍ତି ସ୍ଥାପନ ନ ହୁଏ, ତେବେ ଉଭୟ ଦେଶର ହଜାର ହଜାର ଲୋକ ଯୁଦ୍ଧରେ ମୃତ୍ୟୁବରଣ କରିପାରନ୍ତି। ଘଟଣା କିପରି ଆରମ୍ଭ ହେଲା? ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ସୁଭାଇଦା ସହରରେ ଗତ ସପ୍ତାହରେ ଜଣେ ପରିବା ବିକ୍ରେତା ଫାଦାଲ୍ଲାହ ଦାୱାରାଙ୍କୁ ଚୋରମାନଙ୍କ ଏକ ଦଳ ଘେରି ନେଇଥିଲେ। ଦାୱାରାଙ୍କ ଅଭିଯୋଗ ଅନୁଯାୟୀ, ଚୋରମାନେ…

Read More