Author: Sarasinee Subudhi

କୁହାଯାଏ, ଗୋଟିଏ ଛବି ହଜାରେ ଶବ୍ଦର ସମାନ। ଇମୋଜି ମାମଲାରେ ମଧ୍ୟ କିଛି ଏପରି ହିଁ ଅଟେ । ଏକ ଇମୋଜି ମଣିଷର ମନୋଭାବ ଓ ପସନ୍ଦ-ଅପସନ୍ଦ ବିଷୟରେ ଅନେକ କିଛି କହିଦିଏ। ଏହା ଏକ ଏପରି ଆଇକନ ଯାହା ଭାବନାକୁ ଖୁବ୍ ଭଲ ଭାବେ ପ୍ରକାଶ କରେ। ଏହା ଆଜିର ଯୁବପିଢ଼ିର ଭାଷା ପାଲଟିଛି। ଜୁଲାଇ ୧୭ ତାରିଖ ଇମୋଜିକୁ ଉତ୍ସର୍ଗୀକୃତ, ଯାହାକୁ ବିଶ୍ୱ ଇମୋଜି ଦିବସ ରୂପେ ପାଳନ କରାଯାଏ। ପ୍ରଥମ ଥର ପାଇଁ ଏହି ଖାସ ଦିନ ୨୦୧୪ରେ ପାଳନ କରାଯାଇଥିଲା। ଏହାର ଆରମ୍ଭ ଇମୋଜିପିଡିଆର ପ୍ରତିଷ୍ଠାତା ଜେରେମି ବର୍ଜ କରିଥିଲେ। ଏହି ଖାସ ଦିନ ପାଳନର ଉଦ୍ଦେଶ୍ୟ ଥିଲା ଇମୋଜିକୁ ପ୍ରୋତ୍ସାହନ ଦେବା। ଇମୋଜିର ଜନ୍ମ ଦେଇଥିଲେ ଜଣେ ଜାପାନୀ ବ୍ୟକ୍ତି, ଯାହାଙ୍କ ନାମ ଥିଲା ଶିଗେତାକା କୁରିତା। ମଜାର କଥା ହେଉଛି, ଶିଗେତାକା କୁରିତା ମାତ୍ର ୨୫ ବର୍ଷ ବୟସରେ ଇମୋଜି ସୃଷ୍ଟି କରିଥିଲେ।…

Read More