Author: Sarasinee Subudhi

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । କଂଗ୍ରେସର ଏହି ବନ୍ଦ ଆନ୍ଦୋଳନରେ ସିପିଆଇ, ସିପିଆଇଏମ୍‌ ସମେତ ୭ଟି ବାମପନ୍ଥୀ ଦଳ ସମର୍ଥନ ଦେଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ଦୋକାନ ବଜାର ସ୍କୁଲ କଲେଜ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି, ଗାଡ଼ି ଓ ରେଳ ଚଳାଚଳ ବି ସାମାନ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଆଜିର ଏହି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ରାଜ୍ୟବ୍ୟାପୀ ବ୍ୟାପକ ବାଧା ସୃଷ୍ଟି କରିଛି ଏବଂ ଶହ ଶହ ଛାତ୍ରଛାତ୍ରୀଙ୍କୁ ନିରାଶାରେ ପକାଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଅଖିଳ ଭାରତୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ପାଇଁ ପ୍ରବେଶିକା ପରୀକ୍ଷା ଆଶାୟୀମାନେ, ଯେଉଁମାନେ ପରୀକ୍ଷା ଦେବାକୁ ଆସି କୋରାପୁଟରେ ଅଧା ରାସ୍ତାରେ ଫସି…

Read More