Author: Sarasinee Subudhi

ସିବିଆଇ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦେଶରୁ ୧୩୪ ଜଣ ପଳାତକଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୦ ରୁ ୨୦୧୯ ମଧ୍ୟରେ ସମଗ୍ର ଦଶନ୍ଧି ମଧ୍ୟରେ ପ୍ରତ୍ୟର୍ପିତଙ୍କ ସଂଖ୍ୟାଠାରୁ ପ୍ରାୟ ଦୁଇଗୁଣ । ଇଣ୍ଟରପୋଲ୍ ସହିତ ଭିନ୍ନ ଦେଶ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହ ସମନ୍ବୟ ରକ୍ଷା କରି ସିବିଆଇ ୨୦୨୦ରୁ ଏହି ୧୩୪ ଜଣ ପଳାତକଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇଛି ସେଥିମଧ୍ୟରୁ ୨୩ ଜଣଙ୍କୁ ଚଳିତ ବର୍ଷ ଫେରାଇ ଅଣାଯାଇଛି । ଅପରପକ୍ଷରେ ୨୦୧୦ ରୁ ୨୦୧୯ ଦଶନ୍ଧି ମଧ୍ୟରେ ମାତ୍ର ୭୪ ଜଣ ପଳାତକଙ୍କୁ ଫେରାଇ ଅଣାଯାଇଥିଲା ସଫଳତା ହାରରେ ବୃଦ୍ଧି ପାଇଁ ସରକାରଙ୍କ କୂଟନୈତିକ ଯୋଗାଯୋଗ ବୃଦ୍ଧି, ଭିଭିଆଇପି ଗସ୍ତ, ପାକ୍ଷିକ ସମ୍ପର୍କ, ବୈଷୟିକ ଉନ୍ନତି ଓ ଇଣ୍ଟରପୋଲ୍ ସହ ଉନ୍ନତ ସମନ୍ଵୟ ପ୍ରମୁଖ କାରଣ ବୋଲି ଅଧିକାରୀମାନେ କହିଛନ୍ତି । ପ୍ରତ୍ୟର୍ପଣ ପ୍ରକ୍ରିୟାର ତିନୋଟି ପର୍ଯ୍ୟାୟ ରହିଛି: ଇଣ୍ଟରପୋଲ୍…

Read More