Author: Sarasinee Subudhi

ଭାରତ ଅପରେସନ ସିନ୍ଦୁର ମାଧ୍ୟମରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେଇଥିଲା। ଭାରତୀୟ ବାୟୁସେନା ବ୍ରହ୍ମୋସ ଏବଂ ସ୍କେଲପ୍ ମିସାଇଲ ମାଧ୍ୟମରେ ପାକିସ୍ତାନର ଅନେକ ଏୟାରବେସରେ ବ୍ୟାପକ ଧ୍ୱଂସ ଘଟାଇଥିଲା। ପାକିସ୍ତାନ ଉପରେ ଏହି ଆକ୍ରମଣ ଯୋଗୁଁ ଚୀନ ଚିନ୍ତିତ ହୋଇଯାଇଥିଲା ଏବଂ ଏହାର ରାଷ୍ଟ୍ରଦୂତ ସେହିଦିନ ଭୋର ୩ଟାରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ଚୀନ ରାଷ୍ଟ୍ରଦୂତ ତାଙ୍କ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଦେଖୁଥିଲେ ଏବଂ ପାକିସ୍ତାନୀ ସେନାକୁ ଆବଶ୍ୟକୀୟ ସାମରିକ ସହାୟତା ଯୋଗାଉଥିଲେ। ତୁର୍କୀକୁ ନେଇ ଏବେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ସହ ସାରା ବିଶ୍ଵ ଚକିତ ହୋଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତ ଯେତେବେଳେ ୬ ମେ ରାତିରେ ପାକିସ୍ତାନୀ ଘାଟି ଉପରେ ଆକ୍ରମଣ କରିଥିଲା, ତୁର୍କୀ ରାଷ୍ଟ୍ରଦୂତ ଭୋର ୩ ଟାରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତୁର୍କୀ ବୈଦେଶିକ ମନ୍ତ୍ରୀ ଇସଲାମାବାଦରେ ତାଙ୍କ…

Read More