Author: Sarasinee Subudhi

ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ପୁଣି ଥରେ ପାକିସ୍ତାନ ବିରୁଦ୍ଧରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ “ରକ୍ତ ଏବଂ ପାଣି ଏକା ସାଙ୍ଗରେ ପ୍ରବାହିତ ହୋଇ ପାରିବେ ନାହିଁ”, ଏବେ ଭାରତର ପାଣି କେବଳ ଭାରତ ପାଇଁ ଉପଯୋଗୀ ହେବ। ସେ କହିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତ ସରକାରଙ୍କ ନିଷ୍ପତ୍ତି ଐତିହାସିକ ଏବଂ ଆଗାମୀ ସମୟରେ ପାକିସ୍ତାନକୁ ଏହାର ବହୁତ ମୂଲ୍ୟ ଦେବାକୁ ପଡ଼ିବ। ସେ ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅଵସରରେ ଏହା କହିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସନ୍ତ କୁମାର ଶର୍ମାଙ୍କ ପୁସ୍ତକ “ସିନ୍ଧୁ ଜଳ ଚୁକ୍ତିନାମା ତଥ୍ୟ ପ୍ରତିବିମ୍ବ” ଉନ୍ମୋଚିତ ହୋଇଥିଲା। ଏହି ଅବସରରେ, ଉପରାଜ୍ୟପାଳ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ମନୋଜ ସିହ୍ନା…

Read More