Author: Sarasinee Subudhi

ବମ୍ବେ(ମୁମ୍ବାଇ) ହାଇକୋର୍ଟ ସୋମବାର ଦିନ ୨୦୦୬ ମୁମ୍ବାଇ ଟ୍ରେନ୍ ବୋମା ବିସ୍ଫୋରଣରେ ଜଡ଼ିତ ସମସ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି, ଯେଉଁ ଘଟଣାରେ ୧୮୯ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୮୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପାଞ୍ଚ ଜଣ ମୃତ୍ୟୁଦଣ୍ଡ ଅପେକ୍ଷାରେ ଥିଲେ। ଘଟଣାର ପ୍ରାୟ ଦୁଇ ଦଶନ୍ଧି ପରେ ଏହି ନିର୍ଦ୍ଦେଶ ଆସିଛି। ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଏସ୍. ଚନ୍ଦକଙ୍କ ଖଣ୍ଡପୀଠ ଏହି ଐତିହାସିକ ରାୟ ଦେଇ କହିଛନ୍ତି ଯେ, “ଯାହାବି ପ୍ରମାଣ ଉପସ୍ଥାପନ କରାଯାଇଥିଲା, ସେଥିରେ କୌଣସି ଦୃଢ଼ ତଥ୍ୟ ନଥିଲା। ପ୍ରମାଣ ବିଶ୍ବାସଯୋଗ୍ୟ ନଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।” ୧୨ଜଣକ ମଧ୍ୟରୁ ଜଣକର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ୧୧ଜଣ ଜେଲରୁ ମୁକ୍ତ ହେବେ। କୋର୍ଟ ଜାଣିପାରିଲେ ଯେ ଜଣେ ସାକ୍ଷୀ ଘାଟକୋପର ବିସ୍ଫୋରଣ ମାମଲା ସମେତ ଅନେକ…

Read More