Author: Sarasinee Subudhi

ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଏଣିକି ସଫେଇ କର୍ମଚାରୀ ୧୦ ଲକ୍ଷର ଜୀବନବୀମା ସାଙ୍ଗକୁ କର୍ମ କ୍ଷେତ୍ରରେ ଜୀବନହାନୀ ହେଲେ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ, ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶନିବାର ଲୋକସେବା ଭବନଠାରେ ସଫେଇ କର୍ମଚାରୀଙ୍କ ସଶକ୍ତିକରଣ ପାଇଁ ଆୟୋଜିତ ‘ଗରିମା’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନକରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସହରୀ ପିଏମ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ଛାତ ଘର ମଧ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ (ସହରୀ) ଯୋଜନାରେ ବାସଗୃହ ପ୍ରଦାନ ଏବଂ ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ ଆଇଇସି କାର୍ଯ୍ୟକଳାପ କରାଯିବ, ଏହା ସହିତ ପ୍ରତିବର୍ଷ ଓଡିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ…

Read More